Pratidin TV

Odisha's Digital News Platform

ଆକ୍ସନ୍ ମୁଡରେ ଗଣଶିକ୍ଷା ମନ୍ତ୍ରୀ: ୮ ଶିକ୍ଷକଙ୍କୁ ମିଳିଲା କାରଣ ଦର୍ଶାଅ ନୋଟିସ୍‌

1 min read

ଭୁବନେଶ୍ୱର: ଆକ୍ସନ ମୁଡ୍‌ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ ନିର୍ଦ୍ଦେଶ। ପିପିଲି ନିମାପଡ଼ା ମୁଖ୍ୟରାସ୍ତାରେ ଥିବା ଜଗନ୍ନାଥପୁର ୟୁପି ସ୍କୁଲ୍‌ର ୮ ଜଣ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ, ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡ଼ା ଗସ୍ତରେ ଯାଉଥିଲେ। ଏହି ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ଦିନ ୧୦ ଟା ୨୦ ମିନିଟ୍‌ରେ ୨ ଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ। ଏତେ ବିଳମ୍ଵରେ କାହିଁକି ସ୍କୁଲ୍ ଯାଉଛ ପଚାରିବାରୁ ସେମାନ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ମନ୍ତ୍ରୀ ପିପିଲି ନିମାପଡ଼ା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ ।

Advertisement

ଦିନ ୧୦ଟା ୨୩ରେ ମଧ୍ୟ ପିଲାମାନେ ହତାରେ ଏଣେତେଣେ ବୁଲୁଥିବାର ଦେଖିଥିଲେ। ଏପରିକି ଶିକ୍ଷକମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିଲେ। ଏହାପରେ ମନ୍ତ୍ରୀ ସ୍କୁଲର କାଗଜପତ୍ର ଯାଞ୍ଚ୍ କରିବାରୁ ଏଥିରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ। ଏନେଇ ଡିଇଓ ଓ ବିଇଓଙ୍କୁ ଫୋନ କରି ଏହି ସ୍କୁଲର ୮ ଜଣ  ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *