ସମୀର ଦେ’ ଙ୍କ ଦେହାନ୍ତ, କଟକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ
1 min readଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ | ଆରପାରିକୁ ଚାଲିଯାଇଛନ୍ତି ସମୀର ଦେ | ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିବା ପରେ ଏଭଳି ଦୁଃଖଦ ଖବର କଟକରୁ ଆସିଛି | ୬୭ ବର୍ଷରେ ବୟସରେ ବରିଷ୍ଠ ବିଜେପି ନେତା ସମୀର ଦେଙ୍କର ଦେହାନ୍ତ ହୋଇଛି |
କଟକର ଏକ ଘରୋଇ ହସ୍ପିଟାଲର ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି | ତେବେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିଲା | ଦୀର୍ଘ ଦିନ ହେବ ଅସୁସ୍ଥତାର ମଧ୍ୟରେ ଗତି କରୁଥିଲେ ସମୀର ଦେ | ତେବେ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ମେଡିକାଲରେ ଭେଟିଥିଲେ | ବିଗତ ଦିନରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହସ୍ପିଟାଲ ଯାଇ ସମୀରଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ | ତେବେ ସମୀର ଦେଙ୍କ ଦେହାନ୍ତ ଏବେ ରାଜନୈତିକ ଜଗତରେ ଏକ ଶୋକର ଛାୟା ଖେଳାଇ ଦେଇଛି |
୩ ଥର ବିଧାସଭା ନିର୍ବାଚନରେ ବିଜୟଲାଭ କରିଥିଲେ | ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ।