Pratidin TV

Odisha's Digital News Platform

ବିକ୍ରି ହେଲା କ୍ରିକେଟର ପୁଅ , ନିଲାମୀ ଟଙ୍କାରେ କରିବ ବାପାଙ୍କ ଚିକିତ୍ସା …..

1 min read

ନୂଆଦିଲ୍ଲୀ ; ଆଇପିଏଲ ଅକସନ୍ ରେ ୟୁପି ପୁଅର କମାଲ ଦେଖରଛି ପୁରା ବିଶ୍ୱ । ୨୦ ବର୍ଷିୟ କ୍ରିକେଟର ସମୀର ରିଜବୀ ଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି ଆଇପିଏଲର ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ୍ । ତେବେ ସମୀରଙ୍କ ବେସ୍ ପ୍ରାଇସ୍ ମାତ୍ର ୨୦ ଲକ୍ଷ ଥିଲେ ବି, ଏହାଠାରୁ ପ୍ରାୟ ୪୨ ଗୁଣ ଅଧିକ ଦରରେ ସମୀରଙ୍କୁ କିଣିଛି ସିଏସକେ । କାରଣ ସମୀରଙ୍କ ପଡିଆରେ ଅନେକ ଛକା ଚୌକା ରେକର୍ଡ ରହିଛି । ତାଙ୍କୁ ଡାହାଣହାତୀ କ୍ରିକେଟର ସୁରେଶ ରାଏନାଙ୍କ ସହ ତୁଳନା ମଧ୍ୟ କରାଯାଏ ।
ତେବେ ସମୀର ୨୦୦୩ ଡିସେମ୍ବର ୬ରେ ଉତ୍ତରପ୍ରଦେଶର ମେରୁଟଙ୍କ ଲାଲକର୍ତ୍ତୀ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହସିନ ଲୋୟା ଏକ ସମ୍ପତ୍ତି ଡିଲର ଭାବେ କାର୍ଯ୍ୟ କରନ୍ତି । ଆଉ ମା ରୁକ୍ସାନା ରିଜଭି ଜଣେ ଗୃହିଣୀ ଅଟନ୍ତି । ତେବେ ସମୀôଙ୍କ ପିଲାଦିନର ସ୍ୱପ୍ନ ଥିଲା କ୍ରିକେଟ୍ ଯାହା ଆଜି ବାସ୍ତବତାର ରୂପ ନେଇଛି । ଆଗରୁ ସମୀର ଘରୋଇ କ୍ରିକେଟ ଦଳ ପାଇଁ ଖେଳୁଥିଲେ । ସେ ୭୨ ଟି ଛକା ମାରି ନିଜର ଏକ ଭିନ୍ନ ରେକର୍ଡ ମଧ୍ୟ ବନାଇଛନ୍ତି ।

୨୦୧୯-୨୦ ରେ ରଣଜୀ ଟ୍ରଫିରେ ଉତ୍ତରପ୍ରଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ ସମୀର । ପରେ ୨୦୨୧-୨୨ରେ ବିଜୟ ହଜାର ଟ୍ରଫି ଜିତି ସେ ଉତ୍ତରପ୍ରଦେଶ କ୍ରିକେଟର ତାଲିକାରେ ଡେବ୍ୟୁ କରିଥିଲେ । କିନ୍ତୁ ବର୍ତ୍ତମାନ ସମୀର ବିଶ୍ୱରେ ନିଜକୁ ପରିଚିତ କରାଇଛନ୍ତି । କାରଣ ଗତକାଲି ଆଇପିଏଲ ଅକସନ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ସମୀରଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି । ୨୦ ଲକ୍ଷ ବ୍ରେସ ପ୍ରାଇସରୁ ସମୀର ୮.୪୦ କୋଟିରେ କିଣା ହୋଇଛନ୍ତି ।

ତେବେ ସମୀର ବର୍ତ୍ତମାନ ସିଏସ୍‌କେ ପାଇଁ ଖେଳିବେ ବୋଲି ବିଶ୍ୱାସ ଜରିପାରୁନାହନ୍ତି । ତା ସହ ତାଙ୍କ ପରିବାର ମଧ୍ୟ ସମୀରକୁ ନେଇ ଖୁବ୍ ଗର୍ବିତ । ଏହି ୨୦ ବର୍ଷିୟ ଯୁବ କ୍ରିକେଟର ସମୀର ନିଜର ଏହି ସଫଳତାରେ ଗର୍ବିତ ନହୋଇ ଖୁସିରେ ନାଚିଉଠିଥିଲେ । କାରଣ ସମୀରଙ୍କ ବାପା ଗତ ୩ ବର୍ଷ ହେବ ବ୍ରେନ ହାମରେଜ୍‌ରେ ହସ୍ପିଟାଲ ବେଡରେ ସଂଗ୍ରାମ କରୁଛନ୍ତି । ବାପା ହସ୍ପିଟାଲ ବେଡରେ ପଡିବ ପରଠୁ ପୁଅ ସମୀର ଉପରେ ଘରର ଭାର ତା ସହ ବାପାଙ୍କ ଚିକିତ୍ସା । ସମୟରେ ପରୀକ୍ଷାରେ କିନ୍ତୁ ହାର ମାନିନଥିଲେ ସମୀର । ନିଜ ଅପ୍ରାଣ ଉଦ୍ୟମ ଯୋଗୁ ଆଜି ସେ ୮ କୋଟିରେ ସିଏ୍‌ସକେ ଦଳ ପାଇଁ ଚୟନ ହୋଇଛନ୍ତି । ତେବେ ସମୀର କିଣାଯାଇଥିବା ଟଙ୍କାରେ ପ୍ରଥମେ ବାପାଙ୍କ ଚିକିତ୍ସା ଜରାଇବା ନେଇ ଖବର ମିଳୁଛି । ପ୍ରଥମେ ସେ ନିଜ ବାପାଙ୍କ ପାଇଁ ଉକ୍ତ ଟଙ୍କାରେ ଚିକିତ୍ସା କରାଇବେ ।

୨୦ ବର୍ଷୀୟ ଏହି କ୍ରିକେଟର ଏଥର ୟୁପି ଟି-୨୦ ଲିଗରେ କାନପୁର ସୁପରଷ୍ଟାର୍ସ ପକ୍ଷରୁ ସବୁଠୁ ଅଧିକ ଛକା ମାରିଥିଲେ । ୟୁପି ଟି-୨୦ ଲିଗରେ ସେ ୯ଟି ଇଂନିସ୍ ଖେଳି ଦୁଇଟି ଶତକ ସହ ୪୫୫ ରନ୍ କରିଥିଲେ । ଏହାପରେ ଆଇପିଏଲର ୩ଟି ଟିମରୁ ତାଙ୍କୁ ଟ୍ରାଏଲ ପାଇଁ ଡକରା ଆସିଥିଲା । ଆଉ ଶେଷରେ ଚେନ୍ନାଇ ସୁପର କିଙ୍ଗସ ସମୀରଙ୍କୁ ନିଜ ଦଳରେ ସାମିଲ କରିଛି ।

Leave a Reply

Your email address will not be published. Required fields are marked *