Pratidin TV

Odisha's Digital News Platform

ପ୍ରଯୋଜକଙ୍କ ପ୍ରତିକ୍ରିୟାରେ ଭଡ୍‌କିଲେ ସମାଜସେବୀ ମଧୁମିତା -କହିଲେ ‘ମହିଳା କଣ ଟେଷ୍ଟ କରିବା ଜିନିଷ ’?

ଭୁବନେଶ୍ୱର : ଓଲିଉଡ୍‌ରେ ଷ୍ଟାର କଳି ପରେ ଏବେ ପ୍ରଯୋଜକ ଓ ହିରୋଇନଙ୍କ କଳି ଚର୍ଚ୍ଚାରେ ରହିଛି । ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଗତ ୩ ଦିନ ତଳେ ଓଡିଆ ଟେଲି ଅଭିନେତ୍ରୀ ଜାସ୍ମିନ ରଥ ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ । ଯାହା ପରେ ଓଡିଆ ଇଣ୍ଡଷ୍ଟ୍ରିିର ମା’ହୋଲ ସରଗରମ ଥିଲା । ଏହାପରେ ଆଜି ପ୍ରକୃତି ମିଶ୍ର ମଧ୍ୟ ମୁମ୍ବାଇରେ ଟୁଟୁ ନାୟକଙ୍କ ନାଁରେ ଏକ ମାନହାନୀ ମାମଲା ଦାୟର କରିଛନ୍ତି ।

ତେବେ ଏସବୁ ଭିତରେ ଟୁଟୁ ନାୟକ ଓଡିଆ ଅଭିନେତ୍ରୀ ମାନଙ୍କୁ ନେଇ ରଖିଥିବା ମନ୍ତବ୍ୟକୁ କଥା ନିନ୍ଦା କରିଛନ୍ତି ସମାଜସେବୀ ମଧୁମିତା ରଥ । ଟୁଟୁ ନାୟକ ଜାସ୍ମିନଙ୍କୁ ପରିହାସ କରି କ୍ୟାମେରା ସାମ୍ନାରେ କହିଥିଲେ । କଣ ମୋ ଟେଷ୍ଟ ଏତେ ଖରାପ୍ । ଟୁଟୁ ନାୟକଙ୍କ ଏପରି କଥାକୁ ନେଇ ତାତିଛନ୍ତି ସମାଜସେବୀ । ନାରୀମାନଙ୍କ ପ୍ରତି ଏଭଳି ଅପଶବ୍ଧ କହି ଟୁଟୁ ନାୟକ ବହୁତ ବଡ ଭୁଲ୍ କରିଛନ୍ତି

Leave a Reply

Your email address will not be published. Required fields are marked *