Pratidin TV

Odisha's Digital News Platform

ସିଙ୍ଗଡା ନୁହେଁ ଭାରତୀୟ ବ୍ୟଞ୍ଜନ , ଜାଣନ୍ତୁ ସିଙ୍ଗଡାର ପୂରା ତଥ୍ୟ…

1 min read

ଅଧିକାଂଶ ବ୍ୟକ୍ତି ସକାଳେ କିମ୍ୱା ସନ୍ଧ୍ୟା (Evening) ସମୟରେ ଜଳଖିଆରେ ଚା ସହିତ ସିଙ୍ଗଡା ଖାଇବାକୁ ପସନ୍ଦ କରିଥାନ୍ତି । ପିଲାଠୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହି ଖାଦ୍ୟପ୍ରତି ଆଗ୍ରହ ପ୍ରକାଶ କରନ୍ତି । ଆମ ଦେଶର ଅଧିକାଂଶ ସ୍ଥାନ ତଥା ପ୍ରତି ଛକରେ ଥିବା ଜଳଖିଆ ଦୋକାନରେ ଏହା ସହଜରେ ମିଳିଯାଇଥାଏ । ସିଙ୍ଗଡାକୁ ଅଧିକ ସ୍ୱାଦିଷ୍ଟ ବନେଇବା ପାଇଁ କାରିଗରମାନେ ଭିନ୍ନ ଭିନ୍ନ ମସଲା ବ୍ୟବହାର କରିଥାନ୍ତି । ବିଶେଷ କରି ଆଳୁ, ମଟର, ବାଦାମ, ନଡିଆ ବ୍ୟବହାର କରି ମସଲାକୁ ଅଧିକ ସ୍ୱାଦିଷ୍ଟ କରାଯାଇଥାଏ । କେହି କେହି ପନିର (paneer) ମଧ୍ୟ ବ୍ୟବହାର କରିଥାନ୍ତି । ଏଥିସହ କିଛି ବ୍ୟକ୍ତି ଘରେ ମଧ୍ୟ ସିଙ୍ଗଡା ପ୍ରସ୍ତୁତ କରି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥାନ୍ତି । ଟମାଟୋ ଏବଂ ଚିଲି ସସ୍ ସହ ଖାଇବାକୁ ଖୁବ୍ ଭଲ ଲାଗେ ।ପ୍ରତିଦିନ ଆମ ଦେଶରେ କୋଟି କୋଟି ଟଙ୍କାର ସିଙ୍ଗଡା ବା ସାମୋସା (samosa) ବ୍ୟବସାୟ ହୋଇଥାଏ । ଏକ ଆନୁମାନିକ ତଥ୍ୟ ଅନୁଯାୟୀ, ପ୍ରତ୍ୟକଦିନ ଭାରତରେ ପ୍ରାୟ ୭ ରୁ ୮ କୋଟି ସିଙ୍ଗଡା ଖାଇଥାନ୍ତି ଲୋକେ  । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ, ସିଙ୍ଗଡା କେବଳ ଭାରତର ଏକ ଖାଦ୍ୟ (food)। କିନ୍ତୁ ପ୍ରକୃତରେ ଏହା ଭାରତର ନୁହେଁ ।

ଦେଶର ପ୍ରାୟ ୯୯ ପ୍ରତିଶତ ଲୋକଙ୍କର ଧାରଣା ରହିଛି ଯେ, ସିଙ୍ଗଡା ହେଉଛି ଭାରତର ଖାଦ୍ୟ । କିନ୍ତୁ ପ୍ରକୃତରେ ସେପରି ନୁହେଁ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଭାରତରେ ସିଙ୍ଗଡା ଆସିଲା କେଉଁଠୁ  ? ଆପଣ ଜାଣିରଖନ୍ତୁ ସିଙ୍ଗଡାର ଇତିହାସ ବହୁତ ପୁରୁଣା । ଅନେକ ବର୍ଷ ପୂର୍ବରୁ ଏହା ଇରାନରୁ ଭାରତକୁ ଆସିଥିଲା ​​। ପ୍ୟାରିସରେ ଏହାର ନାମ ଥିଲା ‘ସମ୍ବୁଶ୍’, ଯାହା ସାମୋସା ଭାବରେ ଭାରତରେ ପହଞ୍ଚିଥିଲା ​​। ଅନେକ ସ୍ଥାନରେ ଏହାକୁ ସମ୍ବୁସା ଏବଂ ସାମୁସା ମଧ୍ୟ କୁହାଯାଉଥିଲା । ଓଡ଼ିଶା (odisha), ବିହାର ଏବଂ ପଶ୍ଚିମବଙ୍ଗରେ ଏହାକୁ ସିଙ୍ଗଡା କୁହାଯାଏ ।

Advertisement

ସିଙ୍ଗଡାର ଇତିହାସ ବିଷୟରେ ଉଲ୍ଲେଖ ରହିଛି ଯେ, ଏହା ଏକାଦଶ ଶତାବ୍ଦୀରେ ଭାରତକୁ ଆସିଥିଲା । ଐତିହାସିକ ଅବୁଲ-ଫାଲ ବାଇହାକିଙ୍କ ପ୍ରବନ୍ଧରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି । ସେ ଗଜନାଭିଙ୍କ କୋର୍ଟରେ ଏପରି ଲୁଣିଆ ଜିନିଷ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ କିମା ଏବଂ ମାୱା ଭରାଯାଇଥିଲା। ତଥାପି, ସିଙ୍ଗଡା କେବେ ତିନି କଣିଆ ଭାବରେ ଆରମ୍ଭ ହେଲା ସେ ବିଷୟରେ କୌଣସି ସୂଚନା (information) ଉପଲବ୍ଧ ନାହିଁ ।

ସିଙ୍ଗଡା ଆଫଗାନିସ୍ତାନ (Afghanistan)  ଦେଇ ବିଦେଶୀମାନଙ୍କ ଦ୍ୱାରା ଭାରତ (india)ରେ ପହଞ୍ଚିଥିଲା। ଭାରତରେ ପହଞ୍ଚିବା ପରେ ଏହାର ଆକାରରେ ପରିବର୍ତ୍ତନ (change) କରାଯାଇଥିଲା । ତାଜିକିସ୍ତାନ ଏବଂ ଉଜବେକିସ୍ତାନରେ ସିଙ୍ଗଡା ଭିତରେ ଫଳ ଏବଂ ମାଂସ ମଧ୍ୟ ବ୍ୟବହାର କରାଯାଉଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *