Pratidin TV

Odisha's Digital News Platform

Samsung ଖ୍ରୀଷ୍ଟମାସ୍ ଅଫ୍‌ର : ଶସ୍ତା ହେଲା Samsung 5G  ଫୋନ , ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ..

1 min read

ଭୁବନେଶ୍ୱର : Samsung ଗ୍ୟାଲେସ୍କିର M13 5g ଫୋନଗୁଡିକର ମୂଲ୍ୟକୁ ହ୍ରାସ କରିଦେଇଛି । କହିବାକୁ ଗଲେ ବର୍ତ୍ତମାନ ସବୁଠୁ ଶସ୍ତା 5g ଫୋନ ସାଜିଛି Samsung । ଏବେ ଏହାକୁ ନେଇ ମାର୍କେଟ୍‌କୁ ଆସିଛି ବଡ ଖବର । କମ୍ପାନୀ ନିଜର 5g ଫୋନର ମୂଲ୍ୟକୁ ବହୁ ପରିମାଣରେ ହ୍ରାସ କରିଛି । ବା କହିବାକୁ ଗଲେ ଗ୍ରାହକମାନଙ୍କ ପାଇଁ କ୍ରିଷ୍ଟମାସ୍‌ର ଉପହାର ଦେଇଛି Samsung ।

Samsung ଗାଲାକ୍ସି M135gଫୋନ ମାର୍କେଟରେ ୨ ପ୍ରକାରର ଲଞ୍ଚ କରାଯାଇଥିଲା । ଆଉ ସବୁଠୁ ବଡ କଥା ହେଉଛି ଏହି ୨ ପ୍ରକାରର ଫୋନ ମୂଲ୍ୟକୁ ହ୍ରାସକରିଦେଇଛି କମ୍ପାନୀ । ଏହାର ବେସ୍ ଭାରିଆଣ୍ଟରେ 4GB RAM ଏବଂ 64GB ଷ୍ଟୋରେଜ୍ ସହ ୧୩,୯୯୯ ଟଙ୍କାରେ ଆସୁଥିବାବେଳେ , ଏହାର ଟପ୍ ମଡେଲ ଗୁଡିକରେ 6 GB+128GB ଷ୍ଟୋରେଜ୍ ସହିତ ୧୫,୯୯୯ ମୂଲ୍ୟରେ ଆସେ ।

ବର୍ତ୍ତମାନ କମ୍ପାନୀ ଏହି ୨ ଭେରାଇଟିର ମୂଲ୍ୟ ଉପରୁ ୨୦୦୦ ଟଙ୍କା ଛାଡ କରିଛି । ମାନେ ବର୍ତ୍ତମାନ ଗ୍ରାହକ ଏହି ୨ ଟି ନୂଆ ମଡେଲର ବେସକୁ ୧୧,୯୯୯ ଏବଂ ଟପ୍ ମଡେଲକୁ ୧୩,୯୯୯ ପାଇପାରିବେ । ଏହି ଫୋନ୍ ମିଡନାଇଟ୍ ବ୍ଲୁ, ଷ୍ଟାର୍ଡଷ୍ଟ ବ୍ରାଉନ୍ ଏବଂ ଆକ୍ୱା ଗ୍ରୀନ୍ ଭେରାଇଟ ରଙ୍ଗରେ କିଣିପାରିବେ ଗ୍ରାହକ ।

ତେବେ ଗ୍ରାହକମାନେ ସାମସଙ୍ଗ ସପ୍ ଆପ୍ ୨୦୦୦ ଟଙ୍କା ରିହାତିରେ ଏହି ସ୍ମାର୍ଟ ଫୋନକୁ କିଣିପାରିବେ । ତାସହ ଯଦି ଗ୍ରାହକମାନେ ଅନଲାଇନ ଜରିଆରେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ କିଣି ୧୦୦୦ ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ । ମାନେ ଭାରି ୩୦୦୦ ଟଙ୍କାର ଡିସକାଉଣ୍ଟରେ ଏତେ ସୁନ୍ଦର ଫୋନ କିଣିପାରିବେ ଗ୍ରାହକ ।
ତେବେ ସାମସଙ୍ଗ ଗାଲାସ୍କି ର ଏହି ମଡେଲରେ ୬.୫ଇଞ୍ଚର ଏଚ୍‌ଡି + ୭୨୦ ୧୬୦୦ ପିକ୍ସେଲର ରେଜୋଲୁସନ୍ ସହିତ ଆସୁଛି । ଏହାର ରିଫ୍ରେସରେଟ୍ ୯୦Hz ଅଟେ । ଏହି ଫୋନରେ ଅକ୍ଟୋକୋର-ମିଡିଆଟେକ୍ ଡାଇମେନସିଟି ୭୦୦ ଚିପସେଟ୍ ସହ ୬ ଜିବି ର‌୍ୟାମ୍ ରହିଛି । ୧୨୮ ଜିବି ଷ୍ଟୋରେଜ ସହ ଉପଭୋକ୍ତାମାନେ ମାଇକ୍ରୋ ଏସଡି କାର୍ଡ ସାହାର୍ଯ୍ୟରେ ଏହାକୁ ଆହୁରି ବଢାଇପାରିବେ ।

ଆହୁରିମଧ୍ୟ ସାମସଙ୍ଗ ଗାଲାକ୍ସି m13 5g ଆଣ୍ଡ୍ରଏଡ୍ ୧୨ ଆଧାରିତ ୱାନ ui କୋର ୪ ରେ କାମ କରେ ।
ଏହାର ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହାର ପ୍ରାଥମିକ କ୍ୟାମେରା ହେଉଛି ୫୦ ମେଗାପିକ୍ସେଲ । ଏହା ସହିତ ୨ ମେଗାପିକ୍ସେଲର ଗଭୀରତା ସେନସର ଦିଆଯାଇଛି । ଫୋନ ସମ୍ମୁଖରେ ସେଲଫି ଏବଂ ଭିଡିଓ କଲ ପାଇଁ ୫ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏଥିରେ 15w ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫୦୦୦ ମେଗାୱାଟ୍ ବ୍ୟାଟେରୀ ବ୍ୟାକ୍‌ଅପ୍ ମଧ୍ୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *