Pratidin TV

Odisha's Digital News Platform

(ଭିଡିଓ) ପଶ୍ଚିମବଙ୍ଗ ଯାଆଁଳ ଚୋରା ମାଫିଆଙ୍କୁ ଗୋଡ଼ାଇ ଧରିଲା ମତ୍ସ୍ୟବିଭାଗ…

1 min read

ଅସ୍ତରଙ୍ଗ: ସାମୁଦ୍ରିକ ଥାନା ପୋଲିସ ଓ ଅସ୍ତରଙ୍ଗ ମତ୍ସ୍ୟବିଭାଗ ମିଳିତ ଚଢ଼ାଉରେ ଧରା ପଡିଲେ ଖଙ୍ଗା ଯାଆଁଳ ଚାଲାଣ କାରୀ ପଶ୍ଚିମବଙ୍ଗ ମାଫିଆ । ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣୀ ମୁହାଁଣ ସମେତ ଦେବୀ ମୁହାଁଣ ନିକଟରେ ଯାଆଁଳ ମାଫିଆଙ୍କ ଦୌରାତ୍ମ୍ୟ । ମୁହାଁଣ ନିକଟରେ ଯାଆଁଳ ଧରିବା ସମ୍ପୂର୍ଣ ବେଆଇନ ହୋଇଥିଲେ ବି ମାଫିଆମାନେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଯାଆଁଳ ଧରି ନେଉଥିବା ସ୍ଥାନୀୟ ମତ୍ସ୍ୟଜୀବି ବାରମ୍ବାର ଅଭିଯୋଗ କରୁଥିଲେ । ପଶ୍ଚିମବଙ୍ଗରୁ ଲୋକ ଆଣି ସ୍ୱତନ୍ତ୍ର ଜାଲ ସହିତ ଯାଆଁଳ ଧରା ହେଉଛି । କେବଳ ଖଙ୍ଗା ଯାଆଁଳକୁ ରଖି ଅନ୍ୟ ଯାଆଁଳ କୁ ନଷ୍ଟ କରିଦେଉଛନ୍ତି । ପଶ୍ଚିମବଙ୍ଗରେ ଖଙ୍ଗା ଯାଆଁଳ ବେଶ ଚାହିଦା ରହିଥିବାରୁ ଏଠାରୁ ସ୍ଥାନୀୟ ମାଫିଆଙ୍କ ସହାୟତା ଚୋରା ଚାଲାଣ କରାଯାଉଛି ।

ଯାଆଁଳକୁ ଛାଣି ନିଆଯାଉଥିବାରୁ ସମୁଦ୍ରରେ ମାଛ ପରିମାଣ ବହୁମାତ୍ରାରେ ହ୍ରାସ ପାଉଛି । ଫଳରେ ମାଛଧରି ଜୀବିକା ନିର୍ବାହ କରୁଥିବା ଅସ୍ତରଙ୍ଗ ଅଞ୍ଚଳର ୨୦ହଜାର ମତ୍ସ୍ୟଜୀବିଙ୍କର ପେଟପାଟଣା ପ୍ରଭାବିତ ହେଉଛି । ପଶ୍ଚିମବଙ୍ଗର କିଛି ମାଛ ଚାଷୀ ସ୍ଥାନୀୟ ଅଞ୍ଚଳର କିଛି ମାଫିଆଙ୍କ ସହାୟତାରେ ମୁହାଁଣ ମୁହଁ ନାସି ନିକଟରେ ଯାଆଁଳ ଧରୁଛନ୍ତି ଯାହାକି ସମ୍ପୂର୍ଣ ବେଆଇନି ଅଟେ ।ଏ ନେଇ ଅସ୍ତରଙ୍ଗ ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପୋଲିସ ମିଳିତ ଚଢ଼ାଉ ରେ ମୁହାଁଣମୁହଁ ନାସି ନିକଟରେ ଅଚାନକ ୭ଟି ସ୍ଥାନରେ ଚଢ଼ାଉ କରିବା ସହ ପଶ୍ଚିମବଙ୍ଗ ଅଞ୍ଚଳ କିଛି ବ୍ୟକ୍ତି ବିଶେଷ ଙ୍କ ସହ ହାପା ଜାଲ, ପଲିଥିନି, ଖଙ୍ଗା ଯାଆଁଳ ସହ ଅନେକ ସାମଗ୍ରୀ ଜବତ କରିଥିଲେ । ଆଗାମୀ ଦିନରେ ଏପରି ବେଆଇନି ଯାଆଁଳ ଧରୁଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସହକାରୀ ମତ୍ସ୍ୟଧିକାରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *