Pratidin TV

Odisha's Digital News Platform

ଆଉ ଡାକ୍ତର ନୁହନ୍ତି ସନ୍ଦୀପ ଘୋଷ; ମେଡିକାଲ କାଉନସିଲ କଲେ ମେଡିକାଲ ରେଜିଷ୍ଟ୍ରେସନ ରଦ୍ଦ

ବାତିଲ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ । ପଶ୍ଚିମବଙ୍ଗ ମେଡିକାଲ କାଉନସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ଅଧକ୍ଷ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର ତାଲିକାରୁ ସେ ବାଦ ପଡ଼ିଛନ୍ତି। ଗିରଫର ୧୩ ଦିନ ବିତିଥିଲେ ବି କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ନ ଥିଲେ ସନ୍ଦୀପ । ତେଣୁ ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ ନିର୍ଦ୍ଦେଶ ଜାରି କଲେ ପଶ୍ଚିମବଙ୍ଗ ମେଡିକାଲ କାଉନସିଲ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସହ ସମ୍ପୃକ୍ତି ନେଇ ସନ୍ଦୀପ୍ ଏବେ ସିବିଆଇ ହାଜତରେ ରହିଛନ୍ତି। ପୂର୍ବରୁ ସନ୍ଦୀପଙ୍କୁ ବେଙ୍ଗଲର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ଅଗଷ୍ଟ ୯ ରାତିରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦିପ ଏହାର ଅନୁଧ୍ୟାନ କରିବା ପରିବର୍ତ୍ତେ ଜାଣିଶୁଣି ଅପରାଧ ସ୍ଥଳରୁ ଦୂରେଇ ରହିଥିଲେ ବୋଲି ସିବିଆଇ ଅଦାଲତଙ୍କୁ ଜଣାଇଛନ୍ତି। ହସ୍ପିଟାଲରେ ପୋଲିସ ଏବଂ ତଦନ୍ତକାରୀ ଅଧିକାରୀ ପହଞ୍ଚିବା ପରେ ସନ୍ଦୀପ ପହଞ୍ଚି ଥିଲେ। ଏହା ପୂର୍ବରୁ ସେ ତଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳ ଏବଂ ହସ୍ପିଟାଲର ଏକାଧିକ ଅଧିକାରୀଙ୍କ ସହ ବହୁଥର ଫୋନ୍‌ ଯୋଗେ କଥା ହୋଇଥିଲେ।

ସୂଚନା ଅନୁସାରେ, ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ସନ୍ଦୀପ । ସନ୍ଦୀପଙ୍କୁ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଗିରଫ କରି ସାରିଛି । ସେପଟେ ଆରଜି କର ମେଡିକାଲ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ଜାଣିଶୁଣି ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି କୋର୍ଟଙ୍କୁ ଅବଗତ କରାଇଛି ସିବିଆଇ । ଗତକାଲି ସିବିଆଇ ପୋଲିସ ଏବଂ ଗୁଇନ୍ଦା ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ଘୋଷ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ଥାନା ଅଧିକାରୀ ଅଭିଜିତ ମଣ୍ଡଳ ଏବଂ ହସ୍ପିଟାଲର ଏକାଧିକ ଅଧିକାରୀଙ୍କ ସହ ବହୁଥର ଫୋନ ଯୋଗେ କଥା ହୋଇଥିଲେ।

Leave a Reply

Your email address will not be published. Required fields are marked *