Pratidin TV

Odisha's Digital News Platform

କୋଲକାତା ହରର : ୮ ଦିନିଆ ରିମାଣ୍ଡରେ ଯିବେ ସନ୍ଦୀପ ଘୋଷ ..

କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗତକାଲି ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଥିଲା ସିବିଆଇ । ସିବିଆଇ ସନ୍ଦୀପଙ୍କୁ ଗିରଫ କରି ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଯାଇଥିଲା । ସନ୍ଦୀପ ଘୋଷଙ୍କ ଗିରଫ ହେବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ତାଙ୍କ ସୁରକ୍ଷାକର୍ମୀ ଏବଂ ଦୁଇ ଭେଣ୍ଡରଙ୍କୁ ଗିରଫ କରିଥିଲେ। ଯିଏ ଡାକ୍ତରଖାନାକୁ ସାମଗ୍ରୀ ଯୋଗାଇଥିଲେ ଯେଉଁଠାରେ ମହିଳା ଡାକ୍ତର ଙ୍କ ସହ ନାରକୀୟ କାଣ୍ଡ ଘଟାଇ ତାଙ୍କୁ ହତ୍ୟା କରଯାଇଥିଲା।

ମହିଳା ଡାକ୍ତରଙ୍କ ମୃତଦେହ ଅଗଷ୍ଟ ୯ରେ ମିଳିଥିଲା। ଗିରଫ ପରେ ଆଜି ସମସ୍ତଙ୍କୁ କୋଲକାତା ସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହାପରେ ସମସ୍ତଙ୍କୁ ୮ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ ପୁଣି କୋର୍ଟରେ ହାଜର କରାଯିବ। ଆଜି ସିବିଆଇ ସମସ୍ତଙ୍କୁ କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହାପରେ କୋର୍ଟ ୮ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଅଫସର ଅଲୀ ଖାନ ଜାମିନ ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଥିଲେ। ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *