Pratidin TV

Odisha's Digital News Platform

ମିଛଖବର : ଭାଇରଲ ହେଉଥିବା ଫଟୋର ସାମ୍ନାକୁ ଆସିଲା ସତ , ସନ୍ଦୀପ ଘୋଷଙ୍କ ଫଟୋରେ ନଥିଲା ସଞ୍ଜୟ ..

1 min read

ଆରଜି କର ମେଡିକାଲ କଲେଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଏବଂ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ବଢ଼ିବାରେ ଲାଗିଛି ଅଡୁଆ । ତେବେ ଏହାରି ମଧ୍ୟରେ ଦୁହିଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲା । ଯେଉଁଠାରେ ସେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟାଳୟରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ସମସ୍ତେ ଅନୁମାନ କରୁଥିଲେ ଯେ ସନ୍ଦୀପ ଘୋଷ ଏବଂ ଅଭିଯୁକ୍ତ ସଞ୍ଜୟ ଙ୍କ ଭିତରେ ରହିଛି ଘନିଷ୍ଠ ସମ୍ପର୍କ । ହେଲେ ଏବେ ସାମ୍ନାକୁ ଆସିଛି ଭାଇରଲ ହେଉଥିବା ଫଟୋ ର ପ୍ରକୃତ ସତ । ଭାଇରଲ ହେଉଥିବା ଏହି ଫଟୋ ସମ୍ପୂର୍ଣ୍ଣ ମିଛ ଅଟେ । ଏହି ଫଟୋ ର କୌଣସି ସତ୍ୟାସତ୍ୟ ନାହିଁ ।

ସୂଚନାନୁଯାୟୀ ଅଗଷ୍ଟ 9 ରେ, କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ସହ କୁକର୍ମ କରି ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରାରମ୍ଭ ପର୍ଯ୍ୟାୟରେ ଉଭୟ ପୋଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଘଟଣାକୁ ମହିଳା ଡାକ୍ତରୀ ଜୀବନ ହାରିଥିବା କହିଥିଲେ। ପରେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିଥିଲା ।

ଏହାପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା ଯେ ଯୌନ ନିର୍ଯାତନା ପରେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ଏହି ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ବେଳେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରିନ୍ସପାଲ ସନ୍ଦୀପ ଘୋଷ ଇସ୍ତଫା ଦେଇଥିଲେ । ତେବେ ଚାରି ଘଣ୍ଟା ନପୁରୁଣୁ ପୁଣିଥରେ କଲିକତା ନ୍ୟାସନାଲ ମେଡିକାଲ କଲେଜ (ସିଏନଏମସି) ରେ ପ୍ରିନ୍ସିପାଲ ଭାବରେ କାର୍ଯ୍ୟକୁ ଫେରି ଆସିଥିଲେ । ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ସଞ୍ଜୟ । ଏହାପରେ ଖୋଲିଥିଲା ସନ୍ଦୀପ ଘୋଷ ଙ୍କ ର ଗୋଟିଏ ପରେ ଗୋଟିଏ କଳା ସତ । ତେବେ ଏହାରି ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଜନ୍ମଦିନ ପାଳନ କରୁଥିବା ଭାଇରାଲ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା , ଯେଉଁ ଫଟୋ ସତ ବୋଲି ଭାବିଥିଲେ ସମସ୍ତେ । ଏହି ଖବର ମଧ୍ୟ ଜାତୀୟ ଗଣାମାଧ୍ୟମରେ ପ୍ରସାରଣ ହୋଇଥିଲା । ଏବଂ ସେହି ଖବର କୁ ଆମ ଚ୍ୟାନେଲ ରେ ପ୍ରସାରଣ କରାଯାଇଥିଲା । ଯାହା ବର୍ତ୍ତମାନ ମିଛଖବର ବୋଲି ଜଣାପଡିଛି । ଏପରି ମିଥ୍ୟା ଖବର ଠାରୁ ଦୁରେଇ ରହିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *