ଜଗାକୁ ରାକ୍ଷୀ ବାନ୍ଧିଥିଲି , ହେଲେ ସେ ଆଖି ଆଗରେ ମୋ ସ୍ୱାମୀଙ୍କୁ ନେଇଗଲା …
1 min readଭୁବନେଶ୍ୱର ; ଛୋଟଥିଲି ଭାଇନଥିଲା ବୋଲି ଜଗନ୍ନାଥଙ୍କୁୁ ରାକ୍ଷୀ ବାନ୍ଧୁଥିଲି , ସେ ମୋ ସ୍ୱାମୀକୁ ଛଡେଇନେଲେ । ଆଉ କେବେବି ସେ ଜଗା ମୁହଁ ଚାହିଁବିନି । ଭାବିଥିଲି କ୍ୟାନସରରେ ମୁଁ ଆଗ ଚାଲିଯିବି । ହେଲେ ମୋ ଆଖି ଆଗରେ ମୋ ସଙ୍ଖା ସିନ୍ଧୁର ଛଡେଇନେଲା ଜଗା । ଗାଡିରେ ସ୍ୱାମୀଙ୍କୁ ନେଇ ଯିବା ବେଳେ ଜଗାକୁ ଗୋଟେ ପ୍ରାର୍ଥନା କରୁଥିଲି କି ଯଦି ମୁଁ ଭାଇ ଭାବି ତତେ ରାକ୍ଷୀ ବାନ୍ଧିଛି ଏଇ ଭଉଣୀର ସୁହାଗକୁ ବଞ୍ଚାଇଦେ ଜଗା । ହେଲେ ସେ ନିଷ୍ଠୁର ପାଲଟିଗଲା ଆଉ ମୋ ଆଖି ସାମ୍ନାରେ ରକ୍ତ ବାନ୍ତି କରିଚାଲିଗଲେ ସ୍ୱାମୀ ।