Pratidin TV

Odisha's Digital News Platform

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟ ଦେଲେ ଇସ୍ତଫା ..

1 min read

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ । ଦୁଇ ଥର ସଭାପତି ଦାୟିତ୍ୱ ତୁଲାଇବା ପରେ ସେ ଇସ୍ତଫା ଦେଇଛନ୍ତି । ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ୨ ଥର ସଭାପତି ଦାୟିତ୍ୱରେ ଥିଲେ। ପ୍ରଥମେ ୩୧ ଅଗଷ୍ଟ ୨୦୧୯ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।

ଏହା ପରେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ଥିଲେ। ତାଙ୍କ ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭୀମପୁରୀ ୟୁଟିଲିଟି ମଲ୍‌ର କାମ ଆରମ୍ଭ ହୋଇଛି। ଏହାଛଡ଼ା ଗ୍ରାମଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯିବା ସହ ମହୁ ଚାଷର ପ୍ରଚାର ପ୍ରସାର ପାଇଁ ମହୁ ବାକ୍ସ, ମହୁ ମାଛି ଦଳ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ଦିଆଯାଇଥିଲା। ସେ ଆଜି ସଭାପତି ପଦରୁ ଇସ୍ତଫା ଦେବାନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ ନିଜ ସଫଳ କାର୍ଯ୍ୟର ଅନୁଭୂତି ବଖାଣିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରାଜ୍ୟର ନୂଆ ସରକାର ଏହି ବିଭାଗର ଦାୟିତ୍ୱ ଆଗକୁ ଭଲ ଭାବରେ ତୁଲାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *