Pratidin TV

Odisha's Digital News Platform

ସାନିଆ-ସୋଏବଙ୍କ ଛାଡପତ୍ର : ମୁହଁ ଖୋଲିଲେ ପାକ୍ ଅଭିନେତ୍ରୀ ଆୟଶା..

1 min read

ନୂଆଦିଲ୍ଲୀ : ନିକଟରେ ନିଜର ଛାଡପତ୍ର ଖବରକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ କ୍ରିକେଟ୍ ଓ ଟେନିସ୍ ଜଗତର କପୁଲ ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକ୍ । ପାକିସ୍ତାନ ଗଣମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ପଡିଥିବା ଛାଡପତ୍ର ନାମକ ଫାଟକର କାରଣ ପାକ୍‌ର ବେଶ୍ ଚର୍ଚ୍ଚିତ ମଡେଲର୍ ବା ଅଭିନେତ୍ରୀ ଆୟଶା ଓମାର । ତେବେ ଏସବୁ ଭିତରେ ଅନେକ୍ ଧରଣର ବଡ ବଡ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା ଆୟଶାଙ୍କୁ । ଏପରିକି ଆୟଶା ସୋନିଆଙ୍କ ହସଖୁସିର ସଂସାରକୁ ଭାଙ୍ଗିଛନ୍ତି ବୋଲି ଅନେକ ୟୁଜର୍ସମାନେ ସୋସିଆଲ ମିଡିଆ ପୋଷ୍ଟରେ ଆୟଶାଙ୍କୁ ଗାଳି ମଧ୍ୟ କରିଥିଲେ ।

ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିକଟରେ ଅଭିନେତ୍ରୀ ଆୟଶା ଓମାର ଏବଂ କ୍ରିକେଟର ସୋଏବ ମଲ୍ଲିକଙ୍କ କିଛି ବୋଲ୍ଡ ଫଟୋ ସୋସିଅଅଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରକାରର କଳ୍ପନା ଜଳ୍ପନା ଦେଖାଦେଇଥିଲା । ଏନେଇ ପାକିସ୍ତାନୀ କ୍ରିକେଟର ସୋଏବ୍ ଏବଂ ଭାରତୀୟ ଟେନିସ୍ ତାରକା ସାନିଆଙ୍କ ୧୦ ବର୍ଷର ବିବାହ ବନ୍ଧନରେ ଫାଟ ବା ଛାଡପତ୍ର କଥା ମଧ୍ୟ ସାମ୍ନାକୁ ଆସିଥିଲା ।ଯାହା ପରେ ଉଭୟ ଭାରତ-ପାକିସ୍ତାନର ପ୍ରସଂସକମାନଙ୍କ ମୁହଁରେ ଅସନ୍ତୋଷ ଦେଖାଦେଇଥିଲା ।

Advertisement

ସୋସିଆଲ ମିଡିଆରେ ସୋଏବ୍ ଏବଂ ଆୟଶାଙ୍କୁ ଅନେକ ପ୍ରକାରର ଟ୍ରୋଲ କରିଥିଲେ ୟୁଜର୍ସମାନେ । ତେବେ ଏସବୁ ଭିତରେ ମିଆଁ ବିବି ଦୁହେଁ ନିଜର କୌଣସି ପ୍ରତିକ୍ରିୟା ରଖିନଥିଲେ । ଯାହାଦ୍ୱାରାକି ସୋଏବ୍ ଏବଂ ଆୟଶାଙ୍କ ମଧ୍ୟରେ କିଛିତ ଖିଚିଡି ଚାଲିଛି ବୋଲି ୟୁଜର୍ସମାନେ ଦାବା କରୁଥିଲେ । କିନ୍ତୁ ବର୍ତ୍ତମାନ ଆୟଶାଙ୍କ ଏକ ବୟାନ ଏସବୁ ସମ୍ପୂର୍ଣ୍ଣ ବାବେ ପଲଟାଇଦେଛି ।

ନିକଟରେ ଜଣେ ସୋସିଆଲ ମିଡିଆ ୟୁଜର୍ସ ଆୟଶାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଯେ ଆୟଶା ଏବଂ ସୋଏବ ଦୁହେଁ ଆଗକୁ ବିବାହ କରିବା ପାଇଁ କିଛି ଯୋଜନା କରିଛନ୍ତି କି ନାହିଂ ! ଏହାର ଉତ୍ତରେ ଆୟଶା କହିଛନ୍ତ, ନା, ବିଲ୍କୁଲ୍ ବି ନୁହେଁ। ସୋଏବ ବିବାହିତ ଓ ସେ ତାଙ୍କ ପତ୍ନୀଙ୍କ ସହ ବେଶ୍ ଖୁସିରେ ଅଛନ୍ତି। ଆମେ ଦୁହେଁ ବେଶ୍ ଭଲ ବନ୍ଧୁ। ମୁଁ ଉଭୟ ସୋଏବ ଓ ତାଙ୍କ ପତ୍ନୀ ସାନିଆଙ୍କୁ ସମ୍ମାନ କରେ। ଆମ ଭିତରେ କେବଳ ବନ୍ଧୁତା ହିଁ ରହିଛି।’

Leave a Reply

Your email address will not be published. Required fields are marked *