Pratidin TV

Odisha's Digital News Platform

ଇତିହାସ ରଚିଲେ ସାନିଆ : ଦେଶର ପ୍ରଥମ ମୁସଲିମ୍ ମହିଳାଭାବେ ଚଳାଇବେ ଯୁଦ୍ଧ ବିମାନ ..

ଉତରପ୍ରଦେଶର : ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା ସାନିଆ ମିର୍ଜା ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି ।ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ଆଗକୁ ତାଙ୍କ ନାମ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବାକୁ ଯାଉଛନ୍ତି ସେ । ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି କରିବେ। ୨୦୨୨ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ମାତ୍ର ୨ଟି ପଦ ମହିଳା ଫାଇଟର ପାଇଲଟ ପାଇଁ ରହିଥିଲା। ପ୍ରଥମ ପ୍ରୟାସରେ ସାନିଆ ସିଟ୍କୁ ଦଖଲ କରିପାରି ନଥିଲେ। କିନ୍ତୁ ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି।

ଏନଡିଏରେ ମହିଳାମାନଙ୍କ ପାଇଁ କେବଳ ୧୯ଟି ପୋଷ୍ଟ ସଂରକ୍ଷିତ । ଏନଡିଏରୁ ପାସ କରିବା ପରେ ସାନିଆ ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ । ସାନିଆଙ୍କ ପିତା ଶହିଦ ଅଲି ମିର୍ଜାପୁରରେ ଜଣେ ଟିଭି ମେକାନିକ ଭାବେ କାର୍ଯ୍ୟ କରନ୍ତି ।ମିର୍ଜାପୁର ଦେହାତ କୋଟୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ଲୋକଙ୍କ ସହ ରୁହନ୍ତି ସାନିଆ। ସେ ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସାନିଆ ପିଲାଦିନରୁ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ । ମିର୍ଜାପୁର ଦେହାଟ କୋଟୱାଲି ପୋଲିସ ଷ୍ଟେଶନ ଅଧୀନରେ ଥିବା ଏକ ଛୋଟ ଗାଁ ଜାସୋଭାରର ବାସିନ୍ଦା । ସାନିଆ ଗାଁର ପଣ୍ଡିତ ଚିନ୍ତାମଣି ଦୁବେ ଇଂଟର କଲେଜରୁ ପ୍ରାଥମିକରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିଥିଲେ । ସେ ୟୁପି ବୋର୍ଡ ପରୀକ୍ଷାରେ ଜିଲା ଟର୍ପ୍ପ ମଧ୍ୟ ରହିଥିଲେ । ଏହା ପରେ ସାନିଆ ସହରର ଗୁରୁ ନାନକ ବାଳିକା ଇଂଟର କଲେଜରୁ ଦ୍ୱାଦଶ ପାସ୍ କରିଥିଲେ । ଗତ ୧୦ ଏପ୍ରିଲରେ ସାନିଆ ଏନଡିଏ ପରୀକ୍ଷା ଦେଇଥିଲେ । ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ମନୋନୀତ ହୋଇଥିବା ଦୁଇଜଣ ମହିଳାଙ୍କ ମଧ୍ୟରୁ ସେ ଜଣେ ।

ଡିସେମ୍ବର ୨୭ରେ ସାନିଆ ପୁଣେରେ ଏନଡିଏ ତାଲିମରେ ଯୋଗଦେବେ । ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏ ଖଡକଧୱାସଲାରେ ଜଏନ କରିବେ। ସାନିଆଙ୍କ ଏପରି ସଫଳତାରେ ତାଙ୍କ ପରିବାର ଓ ଗାଁ ଲୋକଙ୍କ ଛାତି ଗର୍ବରେ ଫୁଲି ଉଠିଛି ।

ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, “ସାନିଆ ମିର୍ଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ତା’ ଆଦର୍ଶ ମାନି ଆସିଛି। ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତା’ର ଇଚ୍ଛା ଥିଲା। ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଆମେ ବହୁତ ଖୁସି।”

ସେହିଭଳି ହିନ୍ଦୀ ମିଡିୟମ ସ୍କୁଲରେ ପଢ଼ୁଥିବା ସାନିଆ ମିର୍ଜା କହିଛନ୍ତି, ଯଦି ଇଚ୍ଛାଶକ୍ତି ଓ ନିଜ ଲକ୍ଷ୍ୟ ପ୍ରତି ଜଣେ ପ୍ରତିଶ୍ରୁତିବଦ୍ଧ ରହିଛି, ତା’ହେଲେ ହିନ୍ଦୀ ମିଡିୟମ ପିଲା ମଧ୍ୟ ସଫଳତା ହାସଲ କରିପାରିବେ।

Leave a Reply

Your email address will not be published. Required fields are marked *