Pratidin TV

Odisha's Digital News Platform

କଣ ଚତୁର୍ଥ ବିବାହ କଲେ ସଞ୍ଜୟ ଦତ୍ତ, ଭାଇରାଲ ଫଟୋକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା …

1 min read

କଣ ୬୫ ବର୍ଷରେ ପୁଣି ବିବାହ କଲେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ । ସାମ୍ନାକୁ ଆସିଲା ନୂଆ ବିବାହର କିଛି ଫଟୋ ।
ବଲିଉଡ୍ ଫିଲ୍ମ ଗୁଡିକ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସଞ୍ଜୟଙ୍କୁ ନେଇ ପୁଣି ଚର୍ଚ୍ଚା । କହିବାକୁ ଗଲେ ବର୍ତ୍ତମାନ ସଞ୍ଜୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଫୁଲ ସ୍ପିଡ୍ ରେ ଭାଇରାଲ ହେଉଛି ।

ଆଉ ସେହି ଭିଡିଓରେ ସଞ୍ଜୟ ଗେରୁଆ ରଙ୍ଗର ଧୋତି କୁର୍ତ୍ତା ଆଉ ଚାଦରରେ ନଜର ଆସିଛନ୍ତି । ଆଉ ସାଙ୍ଗରେ ପତ୍ନୀ ମାନ୍ୟତାଙ୍କୁ ନେଇ ସଞ୍ଜୟ ଅଗ୍ନିକୁଣ୍ଡ ଚାରିପାଖେ ପରିକ୍ରମା ମଧ୍ୟ କରୁଛନ୍ତି । ଆଉ ପରେ ପରେ ବିଧିବଦ୍ଧ ଭାବେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବାର ମଧ୍ୟ ଦେଖାଯାଇଥିଲା । କିନ୍ତୁ ସଞ୍ଜୟଙ୍କ ଅଧିକାଂଶ ଫ୍ୟାନ୍ସ ଏସବୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଦର୍ଶକମାନେ ଭାବୁଛନ୍ତି ଯେ ସଞ୍ଜୟ ପୁଣି ବିବାହ କରୁଛନ୍ତି । କିନ୍ତୁ ଆପଣମାନଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ସଞ୍ଜୟ ନିଜ ଘରର ପୁନଃନବିକରଣ କରାଇଛନ୍ତି ଆଉ ତାପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଏକ ପୂଜାର ଆୟୋଜନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisement

ତେବେ ସଞ୍ଜୟ ଦତ୍ତଙ୍କ ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ ସେ ୧୯୮୭ ମସିହାରେ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ କିଛି ବର୍ଷ ପରେ ବ୍ରେନ୍ ଟ୍ୟୁମର ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା । ଆଉ ଦୁହିଁଙ୍କ ଏକ ଝିଅ ମଧ୍ୟ ଅଛି ଯାହାଙ୍କ ନା ତ୍ରୀଶାଳ ।

ଏହାପରେ ୧୯୯୮ ରେ ସଞ୍ଜୟ ୨ୟ ବିବାହ ରିୟା ପିଲ୍ଲାଇଙ୍କୁ କରିଥିଲେ । ମାତ୍ର ଏହା ଅଧିକ ଦିନ ତିଷ୍ଠି ନଥିଲା । ୨୦୦୫ ରେ ଉଭୟଙ୍କ ଡିଭୋର୍ସ ପରେ ରିୟା ଟେନିସ୍ ପ୍ଲେୟର ଲିଏଣ୍ଡରଙ୍କୁ ବିବାହ କରିଥିଲେ । ତେବେ ୨୦୦୮ ରେ ସଞ୍ଜୟ ନିଜଠୁ ୧୯ ବର୍ଷ ସାନ ମାନ୍ୟତା ସିଂଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ୨ଟି ସନ୍ତାନ ଅଛନ୍ତି ଆଉ ବର୍ତ୍ତମାନ ସୁଦ୍ଧା ଦୁହେଁ ନିଜ ବୈବାହିକ ଜୀବନରେ ବେସ୍ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *