Pratidin TV

Odisha's Digital News Platform

ବଢିଲା ଶିବସେନାର ଅଡୁଆ : ସଞ୍ଜୟ ରାଉତଙ୍କୁ ମିଳିଲା ଇଡିର ନୋଟିସ୍‌

ମହାରାଷ୍ଟ୍ରରେ ଜାରି ରହିଥିବା ମହାସଙ୍କଟ ମଧ୍ୟରେ ଶିବସେନା ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ଜେରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ  ଆସନ୍ତାକାଲି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହେବା ପାଇଁ ସମନରେ କୁହାଯାଇଛି ।

ସମନ ମୁତାବକ,  ସଞ୍ଜୟ ରାଉତ ମଙ୍ଗଳବାର)ମୁମ୍ବାଇର ଇଡି କାର୍ୟ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ଇଡି ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କମାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମାମଲାରେ ପୂର୍ବରୁ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ଏହି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ରାଉତଙ୍କର କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave a Reply

Your email address will not be published. Required fields are marked *