Pratidin TV

Odisha's Digital News Platform

ଜେଲ୍ ଗଲେ ଶିବସେନା ସାଂସଦ ସଞୟ ରାଉତ୍

1 min read

ନୂଆଦିଲ୍ଲୀ : ପାତ୍ରା ଚୌଲା ଜମି ଦୁର୍ନୀତି ଘଟଣାରେ ଅଗଷ୍ଟ ୧ ରେ ଗିରଫ ହୋଇଥିଲେ ଶିବସେନା ଅଧ୍ୟକ୍ଷ ସଞୟ ରାଉତ୍ । ଏହାପରେ ଇଡି ଦ୍ୱାରା ତାଙ୍କୁ ପିଏଲ୍‌ଏମ କୋର୍ଟରେ ପ୍ରଥମେ ୪ ତାରିଖ ଯାଏ ଓ ପରେ ଅଗଷ୍ଟ ୮ ତାରିଖ ଯାଏ ୨ଟି ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ଏହାସହ ତାଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ମଧ୍ୟ ଜେରା କରିଥିଲା ଇଡି । ଏହାପରେ ଆଜି କୋର୍ଟରେ ତାଙ୍କୁ ପୁଣି ହାଜର କରାଯାଇଥିବାବେଳେ ,ଇଡି ପକ୍ଷରୁ ଆଉ ରିମାଣ୍ଡ ମଗାଯାଇନଥିଲା । ଏନେଇ ଆଜି ତାଙ୍କୁ ଜଜ୍ ଏମଜି ଦେଶପାଣ୍ଡେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତ ।

ତେବେ ପୂର୍ବରୁ ସଞୟଙ୍କ ଓକିଲ ତାଙ୍କ ସ୍ୱାସ୍ଥ ଅବସ୍ଥା ଖରାପଥିବା ନେଇ ତାଙ୍କୁ ଜେଲରେ ଘରର ରନ୍ଧା ଖାଦ୍ୟ ସହ ମେଡିସିନ ବ୍ୟବହାର କରିବାକୁ କୋର୍ଟରୁ ଅନୁମତି ମିଳିଛି ।ଏହା ସହ ସଞୟଙ୍କ ଓକିଲ ବେଡ୍ ବ୍ୟବସ୍ଥା ପାଇଁ ଆବେଦନ କରିଥିଲେ । କିନ୍ତୁ ବିଚାରପତି ଏହାକୁ ଖାରଜ୍ କରିଦେଇ କହିଛନ୍ତି ଯେ ଜେଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ରଖାଯାଇଛି । ଏହାର କୌଣସି ଆବଶ୍ୟକତା ନାହିଁ ।

Advertisement

Leave a Reply

Your email address will not be published. Required fields are marked *