କୋଲକାତା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ , ସଞ୍ଜୟ ଚଢୁଥିଲା କମିଶନରଙ୍କ ଗାଡି..
1 min readକୋଲକାତାର ଆରଜି କର ହସ୍ପିଟାଲରେ ଘଟିଥିବା ସେହି ବିଭତ୍ସ ଘଟଣାର ସୈତାନ ସଞ୍ଜୟ ରୟ ନିଜ ଅପରାଧ ସ୍ୱୀକାର କରିଛନ୍ତି। ତାସହିତ ସଂଜୟ ରାୟ ଏବଂ ଅନ୍ୟ ୬ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ୍ ଦୁଇଦିନ ତଳେ ଶେଷ ହୋଇସାରିଛି।ସଂଜୟ ରାୟ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ନିଜ ଆଡ଼ୁ ରାଜି ହୋଇଥିଲା। ହେଲେ ଏବେ ସାମନକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆଉ ସେହି ତଥ୍ୟ ହେଉଛି ଅଭିଯୁକ୍ତ ର ବାଇକ । ସେଦିନ ନାରକୀୟ କାଣ୍ଡ କରିବା ରାତିରେ ସଞ୍ଜୟ୍ ରାୟ ଯେଉଁ ବାଇକରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ତାହା କୋଲକାତା ପୁଲିସ ନାମରେ ପଞ୍ଜିକୃତ ହୋଇଛି।
ସିବିଆଇ ଦୁଇଦିନ ପୂର୍ବରୁ ଦୁଷ୍କର୍ମକାରୀର ଏହି ବାଇକ ଜବତ କରିଛି। ସିବିଆଇ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରାୟର ଏହି ବାଇକର ପଞ୍ଜିକରଣ ୨୦୨୪ମଇ ମାସରେ ହୋଇଥିଲା। ପୁଲିସ ନାମରେ ପଞ୍ଜକୃତ ହୋଇଥିବା ଏହି ବାଇକରେ ଅଭିଯୁ୍କ୍ତ ନିଶାଗସ୍ତ ଅବସ୍ଥାରେ ୧୫କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା। କିନ୍ତୁ ରାସ୍ତାରେ ଏତେ କଡ଼ାକଡ଼ି ନିୟମ ଥିବା ସତ୍ତ୍ବେ କେମିତି ସେ ପୁଲିସ ହାତରେ ଧରାପଡ଼ିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଅଭିଯୁକ୍ତ ସଞ୍ଜୟ ରାୟ ଓ ପୁଲିସ ମଧ୍ୟରେ କୌଣସି ନା କୌଣସି କ୍ଷେତ୍ରରେ ସଂଯୋଗ ଅଛି। ଏହାର କିଛି ପ୍ରମାଣ ସିବିଆଇ ହାତରେ ବି ଲାଗିଛି। ସଞ୍ଜୟ ରାୟ ପାଖରେ ଏହି ବାଇକ କେବେ ଠାରୁ ଓ କିପରି ଆସିଲା ସେଦିଗରେ ସିବିଆଇ ତଦନ୍ତ କରୁଛି।