Pratidin TV

Odisha's Digital News Platform

କୋଲକାତା ଲଜ୍ଜ୍ୟା ; ଜେଲରେ ସଞ୍ଜୟକୁ ରୁଚୁନି ରୁଟି ସନ୍ତୁଳା , ଡିମାଣ୍ଡ କରୁଛି ଅଣ୍ଡା ଚାଓମିନ୍ …..

କୋଲକାତା ଲେଡି ଡାକ୍ତରଙ୍କ ସହ କୁକର୍ମ ପରେ ନିର୍ମମ ହତ୍ୟାରେ ସନ୍ଦିଗ୍ଧ ଅଭିଯୁକ୍ତ ସଞ୍ଜୟ ରଏ ଏବେ ପ୍ରେସିଡେନ୍ସି ସଂଶୋଧନ ଗୃହରେ ଅଛି । ତେବେ ପୂର୍ବରୁ ଏଭଳି ଜଘନ୍ୟ ହତ୍ୟା ଘଟାଇଥିବା ସଞ୍ଜୟ ନିଜେ ସ୍ୱୀକାର କରିଥିବା ବେଳେ ବର୍ତ୍ଥମାନ ନିଜକୁ ନିର୍ଦ୍ଧୋଶ କହୁଛି ସଞ୍ଜୟ । ସେହିଭଳି ସିବିଆଇକୁ ମଧ୍ୟ ସମୃକ୍ତ ମାମଲାରେ ଦିନକୁ ଦିନ ଆଶ୍ଚର୍ଯ୍ୟକର ତଥ୍ୟ ମିଳୁଛି । ଗୋଟେ ପଟେ ସଞ୍ଜୟକୁ ଜେରା ଚାଲିଥିବା ବେଳେ ଅନ୍ୟପଟେ ଏକ୍ସ ପ୍ରିନ୍ସପାଲ ସନ୍ଦୀପ ଘୋଷ୍‌ଙ୍କୁ ମଧ୍ୟ ପୋଲିସ ଜେରା ଚଳାଇଛି । ସେସବୁ ଭିତରେ ସନ୍ଦୀପଙ୍କ କଳାକାରନାମ ଉପରୁ ହଟୁଛି ଅନେକ ପରଦା । ଆରଜି କର ମେଡିକାଲରେ ଦେହ ବ୍ୟବସାୟ ସହ ଚାଲୁଥିଲା ଶବ ହେରଫେର । ଯାହାର ସବୁ ପ୍ରମାଣ ପାଇଛି ସିବିଆଇ ।

ଅନ୍ୟପଟେ ସଞ୍ଜୟକୁ ଜେଲରେ ରୁଚୁନି ରୁଟି ସନ୍ତୁଳା । ଏମିତିକି ସେ ଜେଲରଙ୍କୁ ନିଜ ପାଇଁ ଅଣ୍ଡା ଚାଓମିନ୍ ମଗାଇବାକୁ କହୁଛି । ଜେଲ ନିୟମ ଅନୁଯାୟୀ କୌଣସି କଏଦୀଙ୍କୁ ସମସ୍ତ ବନ୍ଦୀମାନଙ୍କ ପରି ସମାନ ଖାଦ୍ୟ ଦିଆଯାଏ । ଆଉ କିଛିଟା କ୍ଷେତ୍ରରେ ବନ୍ଦୀମାନଙ୍କ ଘରୁ ଖାଇବା ଆସିବାକୁ ଅନୁମତି ମିଳେ । କିନ୍ତୁ ସଞ୍ଜୟ ପୋଲିସ ବିଭାଗର ଚୌକିଦାର ଥିବାରୁ ସେଠାକାର ଖାଦ୍ୟକୁ ନେଇ ଉତ୍ତେଜିତ ହୋଇଥିଲା । ଆଉ ନିଜ ପାଇଁ ଅଣ୍ଡା ଚାଓମିନ୍ ଅର୍ଡର କରିବାକୁ କହିଥିଲା । ଯାହାପରେ ଜେଲକର୍ମଚାରୀ ମାନେ ତା ଡିମାଣ୍ଡକୁ ପ୍ରତ୍ୟଖ୍ୟାାନ କରି ତାଗିଦ୍ କରିଥିଲେ ।

ସେହିଭଳି ଶୁକ୍ରବାର ଦିନ ସିବିଆଇ ଆରଜିକର ମେଡିକାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଏହି ମାମଲାର ତଦନ୍ତ ସଂପର୍କରେ କ୍ରମାଗତ ୧୪ ଦିନ ପଚରାଉଚରା ପାଇଁ ଡକାଇଛି । ଏହା ପୂର୍ବରୁ ସନ୍ଦୀପ ଘୋଷଙ୍କୁ ୧୪୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *