କୋକଲାତା ଲଜ୍ଜ୍ୟା ; ସତ ଓଗାଳିଲା ସଞ୍ଜୟ , କାହିଁକି ଡାକ୍ତର ମୌମିତାଙ୍କୁ ବନାଇଥିଲା ର୍ଟାଗେଟ୍ ।
1 min readଟ୍ରେନି ଡାକ୍ତର ମୌମିତାଙ୍କୁ ନେଇ ସାରା ଦେଶରେ ତେଜୁଛି ଆକ୍ରୋଶ । ହସ୍ପିଟାଲ ଭିତରେ ଡ୍ୟୁଟିରେ ଥିବା ସମୟରେ କିଭଳି ତାଙ୍କୁ କୁକର୍ମ ପରେ ହତ୍ୟା କରାଯାଇଛି ତାହା ସଭିଙ୍କୁ ଜଣା । ପୁରା ଦେଶର ଡାକ୍ତର ଉତ୍ତେଜିତ ହୋଇ ରାଜ ରାସ୍ତାକୁ ଓହ୍ଲାଇବା ପରେ ସିବିଆଇ ସମୃକ୍ତ ମାମଲରେ ୭ ଜଣଙ୍କୁ ସନ୍ଦେହ ଘେରକୁ ଆଣି ତଦନ୍ତ ଚଳାଇଛି । ଆଉ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ହେପାଜତରେ ନେଇ ପଲିଗ୍ରାଫ୍ ଟେଷ୍ଟ କରିଥିାଲା । ଯାହା ପରେ ୯ ଅଗଷ୍ଟ ରାତିରେ କଣ ହୋଇଥିଲା ସବୁ ସତ ଓଗାଳିଛି ସଞ୍ଜୟ ।
ପଲିଗ୍ରାଫ୍ ଟେଷ୍ଟରେ କଣ ସାମ୍ନାକୁ ଆସିଲା ?
୯ ଅଗଷ୍ଟ ରାତିରେ ସଞ୍ଜୟ କୋଲକତାର ଅନେକ ରେଡ୍ ଲାଇଟ୍ ଏରିଆକୁ ଯାଇଥିଲା । କିନ୍ତୁ ସେ କାହା ସହ ଯୌନ ସର୍ମ୍ପକ ରଖିପାରିନଥିଲା । ଏହା ପରେ ସେ ନିଜ ସାଙ୍ଗ ସୌରଭ ସହ ଆର ଜି କର ହସ୍ପିଟାଲରେ ପହଞ୍ଚିଥିଲା । ସେଠାରେ ସୌରଭର ଭାଇ ଚିକିତ୍ସିତ ହେଉଥିଲେ । ସଞ୍ଜୟର କହିବା ଅନୁଯାୟୀ ସେଦିନ ରାତି ୧୧.୧୫ ସମୟରେ ସୌରଭ ଏବଂ ସଞ୍ଜୟ ହସ୍ପିଟାଲରୁ ବାହାରି ମଦ ପିଇବାକୁ ଯାଇଥିଲେ । ଆର ଜି କର ହସ୍ପିଟାଲରୁ ଗୋଟେ କିଲୋମିଟର ଦୂରରେ ୫ ପଏଣ୍ଟ ନାମ ଏକ ଜାଗାରୁ ଦୁହେଁ ମଦକିଣି ରାସ୍ତାରେ ପିଇଥିଲେ । ଏହାପରେ ଦୁହେଁ କୋଲକତାର ରେଡ୍ ଲାଇଟ୍ ଏରିଆ ସୋନାଗାଛିକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ମନ ଭରିି ହୋଇପାରିନଥିଲା ।ଏହାପରେ ଦୁହେଁ ସାଉଥ୍ କୋଲକାତା ରେଡ୍ ଲାଇଟ୍ ଚେତଲା ଯିବାକୁ ନିଷ୍ପତି ନେଇଥିଲେ । ସୋନାଗାଛି ନର୍ଥ କୋଲକତା ହୋଇଥିବା ବେଳେ ଚେତଲା ସାଉଥ୍ ଏରିଆରେ ତେଣୁ ସେମାନଙ୍କୁ ପ୍ରାୟ ୧୫ କିଲୋମିଟର ଗାଡି ଚଲେଇ ଯିବାକୁ ପଡିଥିଲା । ଏହା ଭିତରେ ଦୁହେଁ ରାସ୍ତାରେ ଯାଉଥିବା ସମୟରେ କିଛି ଝିଅଙ୍କୁ କମେଣ୍ଟ ମାରିଥିଲେ । ଯାହାର ସିସିଟିଭି ଫୁଟେଜ୍ ସିବିଆଇ ହାତରେ ବାଜିଛି । ଚେତଲା ପହଞ୍ଚି ପୁଣି ଦୁହେଁ ମଦ ପିଇଥିଲେ ଆଉ ସୌରଭ ଟଙ୍କା ଦେଇ ସେଠାରେ ନିଜ ମନ ଭରିଥିଲା ବା ଯୌନ ସର୍ମ୍ପକ ରଖିଥିଲା । କିନ୍ତୁ ସଞ୍ଜୟର ଭିତରକୁ ନଯାଇ ବାହାରେ ରହି ନିଜ ପ୍ରେମିକା / ଗର୍ଲଫ୍ରେଣ୍ଡକୁ ଭିଡିଓ କଲ୍ କରିଥିଲା । ଏବଂ ତାକୁ ନ୍ୟୁଡ୍ ଫଟୋ ପଠାଇବାକୁ କହିଥିଲା ,ସଞ୍ଜୟର କଥାମାନି ପ୍ରେମିକା ମଧ୍ୟ ନ୍ୟୁଡ୍ ଫଟୋ ପଠାଇଥିଲା ।ଏହାପରେ ସୌରଭ ଚେତଲାରୁ ଖୁସି ହୋଇ ବାହରିଥିଲା କିନ୍ତୁ ସଞ୍ଜୟର ମନଭରିନଥିଲା ।
ଏହାପରେ ଦୁହେଁ ପୁଣି ହସ୍ପିଟାଲ ଆସିଥିଲେ ସୌରଭ ନିଜ ଭାଇକୁ ଟଙ୍କା ମାଗିଥିଲା । କିନ୍ତୁ ତା ଭାଇ ଟଙ୍କା ଦେବାକୁ ରାଜି ହୋଇନଥିଲା । ଯାହା ପରେ ସୌରଭ ତାର ଜଣେ ସାଙ୍ଗକୁ ଫୋନ କରି ଟଙ୍କା ମାଗିଥିଲା ଆଉ ସେଠାରୁ ଓଲା ବୁକ୍ କରି ଚାଲି ଯାଇଥିଲା ।
କିନ୍ତୁ ସଞ୍ଜୟ ମନରେ ତ କିଛି ଅଲଗା ଜିନିଷ ଚାଲିଥିଲା । ଏହାପରେ ସଞ୍ଜୟ ୩ ଟା ୪୦ ରେ ହସ୍ପିଟାଲର ୪ ତାଲାକୁ ଚଢିଥିଲା । ସେଠାରେ ଟ୍ରୋମା ସେଣ୍ଟରର ଅପରେସନ ଥିଏଟରରେ କିଛି ଖୋଜିଥିଲା ।କିନ୍ତୁ ସେ ପାଇନଥିଲା । ଠିକ୍ ୪.୦୩ ସମୟରେ ସଞ୍ଜୟ ସେମିନାର ହଲ୍ କୁ ପଶିବାର ଦୃଶ୍ୟ ସିିସିଟିଭିରେ କଏଦ୍ ଅଛି ଆଉ ସଞ୍ଜୟ ମଧ୍ୟ ପଲିଗ୍ରାଫି ଟେଷ୍ଟ ଦ୍ୱାରା ଏହା ବଖାଣିଛି । ସଞ୍ଜୟ ରୟ କହିଛନ୍ତି ଯେ ସେ ଡାକ୍ତରଖାନାର ସେମିନାର ହଲକୁ ଯାଆନ୍ତି। ପୀଡିତା ସେଠାରେ ଶୋଇଥିଲେ, ସେ ସିଧାସଳଖ ତାଙ୍କ ପାଟି ଏବଂ ଗଳାକୁ ଧରି ଚାପିଦେଥିଲେ । ଯାହା ଦ୍ୱାରା ଡାକ୍ତର ମୌମିତା ସେଠାରେ ବେହୋସ୍ ହୋଇଯାଇଥିଲେ । ଆଉ ଏହାପରେ ସଞ୍ଜୟ ନିଜ ଳାଳନା ଆଉ ଦେହର ଭୋକ ମେଣ୍ଟାଇ ସାରିବା ପରେ ମୌମିତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଆଉ ସେଠାରେ ଖସି ଆସି କୋଲକାତା ପୋଲିସର ଚତୁର୍ଥ ବାଟାଲିୟନ ଅନୁପମ ଦତ୍ତଙ୍କ ଘରକୁ ଯାଇ ଚୁପଚାପ ଶୋଇପଡିଥିଲା । କିନ୍ତୁ ସେଠାରୁ ଖସି ଆସିବା ସମୟରେ ସଞ୍ଜୟ ନିଜ ବ୍ଲୁଟୁଥ୍ ଭୁଲ ବସତ ଛାଡିଆସିଥିଲା ।