Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ଆପ୍ ନେତାଙ୍କୁ ବଡ ଆଶ୍ୱସ୍ତି , ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ ..

ଆପ୍ ନେତା ସଞ୍ଜୟ ସିଂହଙ୍କୁ ବଡ ଆଶ୍ୱସ୍ତି । କୋର୍ଟରୁ ମିଳିଲା ଜାମିନ । ତେବେ ସମସ୍ତ ସର୍ତ୍ତାବଳୀ ପୁରଣ ହେବା ପରେ ତଳକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବ ବୋଲି ସୁପ୍ରିମକୋର୍ଟ କୁହାଯାଇଛି । ଏହା ବ୍ୟତୀତ ସଞ୍ଜୟ ସିଂ ଏକ ଆବେଦନ କରିଛନ୍ତି, ଯେଉଁଥିରେ ସେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଇଡିଙ୍କ କାର୍ଯ୍ୟକୁ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛନ୍ତି ।

ଏହି ଆବେଦନ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ହେବ । ଦିଲ୍ଲୀରେ ଏକ୍ସାଇଜ୍ ପଲିସି ସ୍କାମକୁ ନେଇ ଉତ୍ତେଜନା ମଧ୍ୟରେ ଦିଲ୍ଲୀର ସରକାରୀ ମନ୍ତ୍ରୀ ଆତିଶି କହିଛନ୍ତି ଯେ ସେ ଆଜି ଏକ୍ସାଇଜ୍ ପଲିସି ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିବାକୁ ଯାଉଛନ୍ତି । ମନୀଷ ସିସୋଡିଆ ପରେ ସଞ୍ଜୟ ସିଂ, ବିଜୟ ନାୟାର, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲ ଯାଇଛନ୍ତି । ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏପ୍ରିଲ ୧୫ ପର୍ଯ୍ୟନ୍ତ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *