Pratidin TV

Odisha's Digital News Platform

ଜେଲରୁ ମୁକୁଳିବା ପରେ କେଜ୍ରିୱାଲଙ୍କ ପତ୍ନୀକୁ ଭେଟ ହେଲେ……ପାଦ ଛୁଇଁ ଆଶୀର୍ବାଦ ନେଲେ

1 min read

ମଦ ଦୁର୍ନୀତିରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ୬ ମାସ ପରେ ଜେଲରୁ ମୁକ୍ତ କରାଯାଇଛି | ଜେଲ୍ରୁ ମୁକୁଳିବା ପରେ ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଜେଲରୁ ମୁଳକୁଳିବା ପରେ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିଲେ | ଏହାପରେ ସେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା AAP ନନେତା ମଣିଷ ସସିସୋଡ଼ିଆଙ୍କ ପତ୍ନୀ ସୀମା ସସିସୋଡ଼ିଆଙ୍କୁ ଭେଟିଥିଲେ |

ମଙ୍ଗଳବାର ଦିନ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ | ଏହାପରେ ବୁଧବାର ସନ୍ଧ୍ୟାରେ ତାଙ୍କୁ ତିହାର ଜେଲ ରୁ ମୁକ୍ତ କରାଯାଇଥିଲା | ମୁକ୍ତ ହେବ ଅପ୍ରେ ସଞ୍ଜୟ AAP କର୍ମୀଙ୍କୁ ସମ୍ଭୋଧିତ କରିଥିଲେ | ଏବଂ ତାପରେ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ ଭେଟି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ | ଯେଉଁଥିରେ ସୁନିତା କେଜ୍ରିୱାଲ ତାଙ୍କୁ ଆଲିଙ୍ଗନ କରିଥିଲେ | ଏହି ସମୟରେ ତାଙ୍କ ପତ୍ନୀ ଅନିତା ସିଂ ଏବଂ ତାଙ୍କ ଝିଅ ଇଶିତା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ |

ଜେଲରୁ ମୁକୁଳିବା ପରେ ଆପ୍‌ର କର୍ମକର୍ତ୍ତା ଓ ସମର୍ଥକମାନେ ତିହାର ଜେଲ ବାହାରେ ଭବ୍ୟ ସ୍ୱାଗତ ପାଇଁ ଉପସ୍ଥିତ ରହିଥିଲେ। ଏହି ସମୟରେ ପରେ ନିଜ ସମର୍ଥକ ଓ ଗଣମାଧ୍ୟମ ଆଗରେ ଜୋରଦାର ବର୍ଷିଥିଲେ ସଞ୍ଜୟ ସିଂହ। ସେ କହିଥିଲେ, ଉତ୍ସବ ମନାଇବାର ସମୟ ଆସିନି। ଏହା ସଂଘର୍ଷର ସମୟ। ଜେଲ୍‌ ର ଚାବି ନିଶ୍ଚିତ ଭାଙ୍ଗିବ । ଆମ ପାର୍ଟିର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ରଖାଯାଇଛି। ମୋର ଭରସା ଓ ବିଶ୍ୱାସ ଅଛି ଯେ ନିହାତି ଭାବେ ଦିନେ ଜେଲ୍‌ର ଚାବି ଭାଙ୍ଗିବ। ମୋ ଭଳି ଅନ୍ୟ ନେତାମାନେ ମଧ୍ୟ ଜେଲ୍‌ରୁ ମୁକୁଳିବେ।

ତେବେ ମଙ୍ଗଳବାର ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି କରି ଇଡିକୁ କଡ଼ା ପ୍ରଶ୍ନ କରିଥିଲେ। ଅବକାରୀ ନୀତିରେ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଇଡି କହୁଥିଲେ ମଧ୍ୟ ଟଙ୍କାଟିଏ ଜବତ କରିବାରେ ସକ୍ଷମ ହୋଇନାହିଁ। ଏଥିସହ ସଞ୍ଜୟ ସିଂହଙ୍କୁ ଆଉ ହେପାଜତକୁ ନେବାର କୌଣସି ଯୋଜନା ନାହିଁ। ଏପରି ସ୍ଥିତିରେ ସେ ଜାମିନ ପାଇବାକୁ ହକଦାର ବୋଲି ସୁପ୍ରିମକୋର୍ଟ କହିବା ସହ ଖଲାସ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *