Pratidin TV

Odisha's Digital News Platform

ଜଷ୍ଟିସ୍‌ ସଞ୍ଜିବ ଖନ୍ନା ବଦଳାଇ ଦେଲେ ସୁପ୍ରିମକୋର୍ଟ ର ପରମ୍ପରା , ବୁଧବାର ଓ ଗୁରୁବାରରେ ଶୁଣାଣି ହେବ ଏହି ମାମଲା…

1 min read

ଭାରତର ମୁଖ୍ୟ ନ୍ୟାୟଧିଶ ପଦ ସମ୍ଭାଳିବା ପରେ ଆକ୍ସନ ମୁଡରେ ଜଷ୍ଟିସ୍‌ ସଞ୍ଜିବ ଖନ୍ନା। ମୁଖ୍ୟ ବିଚାରପତି ଆସନରେ ବସିବା ପରଠୁ ନ୍ୟାୟିକ ବ୍ୟବସ୍ଥାରେ କିଛି ନା କିଛି ପରିବର୍ତ୍ତନ କରିବାରେ ଲାଗିଛନ୍ତି ଜଷ୍ଟିସ୍‌ ସଞ୍ଜିବ ଖନ୍ନା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି। ତେବେ ଏହାରି ମଧ୍ୟରେ ପୁଣି ଏକ ପରିବର୍ତ୍ତନ କରିଛନ୍ତି ସଞ୍ଜିବ ଖନ୍ନା। ସୁପ୍ରିକୋର୍ଟ ଶୁଣାଣିକୁ ନେଇ ବଡ଼ ପରିବର୍ତ୍ତନ କରିଛନ୍ତି ସଞ୍ଜିବ ଖନ୍ନା।।

ଉଚ୍ଚତମ ନ୍ୟାୟଳୟରେ ଶୁଣାଣି ହେଉଥିବା ମାମଲା ସମ୍ବନ୍ଧୀୟ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ. ବୁଧବାର ଓ ଗୁରୁବାରକୁ ନିୟମିତ ଶୁଣାଣି ହେଉଥିବା ମାମଲା ଗୁଡ଼ିକୁ ସୂଚୀବଦ୍ଧ କରାଯିବ ନାହିଁ। ବିଜ୍ଞପ୍ତିରେ କୁହାଯାଇଛି, ମଙ୍ଗଳବାର, ବୁଧବାର ଓ ଗୁରୁବାରରେ ସ୍ଥାନାନ୍ତରଣ ଯାଚିକା ଓ ଜାମିନ ମାମଲା ସହିତ ବିବିଧ ମାମଲାକୁ ସୂଚୀବଦ୍ଧ କରାଯିବ। ଏବଂ ଆଗାମୀ ଆଦେଶ ପର୍ଯ୍ୟନ୍ତ ବୁଧବାର ଓ ଗୁରୁବାରରେ ହେଉଥିବା ନିୟମିତ ଶୁଣାଣି ଓ ମାମଲା ଗୁଡ଼ିକ ସୂଚୀବଦ୍ଧ ହେବନାହିଁ।

Advertisement

ବର୍ତ୍ତମାନ ପରମ୍ପରା ଅନୁସାର, ନୂଆା ମାମଲା ସୋମବାର ଓ ଶୁକ୍ରବାରକୁ ସୂଚୀବଦ୍ଧ କରାଯାଏ। ଯେବେ ବିବିଧ ମାମଲାର ଶୁଣାଣି ହୁଏ। ମଙ୍ଗଳବାର ଓ ଗୁରୁବାରକୁ ନିୟମିତ ଶୁଣାଣି ହୋଇଥାଏ ଓ ସେହି ମାମଲା ଗୁଡ଼ିକୁ ସୂଚୀବଦ୍ଧ କରାଯାଇଥାଏ। ଯାହା ଅନ୍ତିମ ଶୁଣାଣି ହୋଇଥାଏ।ଏହା ବ୍ୟତୀତ ନିୟମିତ ଶୁଣାଣି ମାମଲା ମଙ୍ଗଳବାର ଏବଂ ଗୁରୁବାର ଦିନ ତାଲିକାଭୁକ୍ତ ହୋଇଛି ଯେଉଁଠାରେ ଏହି ମାମଲାର ଅନ୍ତିମ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *