Pratidin TV

Odisha's Digital News Platform

ସଞ୍ଜିବ ଖାନ୍ନା ନେଲେ CJI ଶପଥ,ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜିବ ଖାନ୍ନା | ସେ ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି | ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ତେବେ ତାଙ୍କର ଶପଥ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ | ତେବେ ଏହା ପୂର୍ବରୁ ଡିୱାଇ ଚଦ୍ରଚୂଡ଼ ଅବସର ନେଇଥିଲେ | ସେ ଅବସର ନେବା ପରେ ଜଷ୍ଟିସ ଖନ୍ନାଙ୍କ ନାମକୁ ସୁପାରିଶ କରିଥିଲେ |

ତେବେ ନଭେମ୍ବର ୧0ରେ ୬୫ ବର୍ଷ ବୟସରେ ଚନ୍ଦ୍ରଚୂଡ଼ ପଦରୁ ଅବସର ନେଇଥିଲେ ଓ ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ସିଜେଆଇ ପଦ ସମ୍ଭାଳିଛନ୍ତି | ତାଙ୍କ କାର୍ଯ୍ୟକାଳ ମାତ୍ର ୬ ମାସ ରହିବ | କହିବାକୁ ଗଲେ ଆସନ୍ତା ବର୍ଷ ମେ ମାସ ୧୩ ତାରିଖରେ ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବ | ତେବେ ତାଙ୍କର ଶପଥ ସମାରୋହରେ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସାମିଲ ହୋଇଥିଲେ | ଏହା ସହ ଅନେକ ନେତା ମନ୍ତ୍ରୀ ମଧ୍ୟ ନଜର ଆସିଥିଲେ | ତେବେ ୧୯୬୦ ମେ’ ୧୪ ତାରିଖରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଜନ୍ମ ଗ୍ରହଣ କରିଥିଲେ । ପାଠପଢ଼ା ସରିବା ପରେ ୧୯୮୩ରେ ଦିଲ୍ଲୀ ବାର୍‌ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍‌ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *