Pratidin TV

Odisha's Digital News Platform

କ୍ରିକେଟ ମ୍ୟାଚରେ ଶୁଭିଲା ସଂସ୍କୃତ ଭାଷାର କମେଣ୍ଟ୍ରି …

1 min read

ଆଇପିଏଲରେ ୧୨ଟି ଆଞ୍ଚଳିକ ଭାଷାରେ କ୍ରିକେଟ ମ୍ୟାଚ୍‌ର କମେଣ୍ଟ୍ରି  ଆରମ୍ଭ କରି  ଏକ ବୈପବ୍ଳିକ ପରିବର୍ତ୍ତନ ଆଣିଛି। ଯାହାଦ୍ୱାରା ଏବେ  ସମସ୍ତ  ଭାଷାର ଦର୍ଶକଙ୍କୁ କ୍ରିକେଟ ସହିତ ବାନ୍ଧି ରଖିବାରେ ସମର୍ଥ ହୋଇଛି। ତେବେ ବର୍ତ୍ତମାନ ଏକ ଆଞ୍ଚଳିକ କ୍ରିକେଟ ମ୍ୟାଚ ସମୟରେ ଜଣେ ଭାଷ୍ୟକାର ସଂସ୍କୃତ ଭାଷାରେ କମେଣ୍ଟ୍ରି କରି  ଚର୍ଚ୍ଚାକୁ ଆସିଛନ୍ତି।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବହୁ ଲୋକ ଏହାକୁ ପ୍ରଶଂସା କରିଛନ୍ତି। ଆଇପିଏଲରେ ଅନ୍ୟ ଭାଷାଗୁଡ଼ିକ ପରି ସଂସ୍କୃତ ଭାଷାରେ ଧାରା ବିବରଣୀ ବ୍ୟବସ୍ଥା କରିବାକୁ ପ୍ରଶଂସକମାନେ ଦାବି କରିଛନ୍ତି। ସୂଚନାନୁଯାୟୀ ଅରୁଣ କୁମାର କାଲାଗୀଙ୍କ ଦ୍ଵାରା ସଂସ୍କୃତ ଭାଷାରେ ଏହି ଧାରା ବିବରଣୀ ଦିଆଯାଇଛି। ଯାହା ସଂସ୍କୃତ ଭାଷାର ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରିଛି। କର୍ଣ୍ଣାଟକ ସଂସ୍କୃତ ବିଶ୍ଵବିଦ୍ୟାଳୟ ଏବଂ ଭାଷା ଶିକ୍ଷଣ ସଂଗଠନ ‘ସ୍ଥାୟୀ’ର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି। ଲକ୍ଷାଧିକ ଦର୍ଶକ ସୋସିଆଲ ମିଡିଆରେ  ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *