Pratidin TV

Odisha's Digital News Platform

ଆଖି ବୁଜିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ମୁକ୍ତ ହୋଇଥିବା ୭ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ସନ୍ଥନାରାଜାଙ୍କ ହ୍ରୁତଘାତରେ ମୃତ୍ୟୁବରଣ କରିଛନ୍ତି | ସୂଚନା ଅନୁସାରେ ବୁଧବାର ଚେନ୍ନାଇରେ ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି |ଡାକ୍ତରଖାନାର ଅଧିକାରୀ ଏହାର ସୂଚନା ଦେଇଛନ୍ତି ।

ଏନେଇ ଡାକ୍ତର ଆହୁରି ମଧ୍ୟ କହିଛନ୍ତି, ସନ୍ଥନଙ୍କ ଲିଭର ପୁରା କ୍ଷତିଗ୍ରସ୍ତ ହୋଇଯାଇଥିଲା | ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ବୁଧବାର ଦିନ ଭୋର ପ୍ରାୟ 4ଟା ସମୟରେ ତାଙ୍କୁ ଆସିଥିଲା ହ୍ରୁତଘାତ | ପରେ ତାଙ୍କୁ ସିପିଆର ସାହାଯ୍ୟ ପଡିଥିଲା | ପ୍ରାୟ 4 ଘଣ୍ଟା ଭେଣ୍ଟିଲେଟରରେ ରହିଥିଲେ | ହେଲେ ସନ୍ଥନଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ପ୍ରଭାବ ପଡ଼ିନଥିଲା | ଶେଷରେ ସନ୍ଧ୍ୟାରେ ପ୍ରାୟ ୭:୫0 ମିନିଟରେ ସେ ମୃତ୍ୟୁବରଣ କରିଥିଲେ |

ସୂଚନା ମୁତାବକ ସନ୍ଥନଙ୍କୁ ୫୫ ବର୍ଷ ବୟସ ହୋଇଥିଲା | ସେ ଜଣେ ଶ୍ରୀଲଙ୍କାର ନାଗରିକ ଥିଲେ | ୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ସନ୍ଥନଙ୍କୁ ପ୍ରଥମେ ୨0 ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ଏବଂ ପରେ ୨0୨୨ ମସିହାରେ ସୁପ୍ରିମ୍ କୋର୍ଟ ଦ୍ୱାରା ମୁକ୍ତ ହୋଇଥିଲେ |

Leave a Reply

Your email address will not be published. Required fields are marked *