ଲୋକପ୍ରିୟତାର ଶୀର୍ଷରେ ସାନଭି ସେବା ଟ୍ରଷ୍ଟ ; ଆଦିବାସୀ ଆଶ୍ରମରେ କୁନିକୁନି ପିଲାଙ୍କୁ ବାଣ୍ଟିଲା ରନ୍ଧା ଖାଦ୍ୟ……
1 min readଆନନ୍ଦପୁର : ସାରା ରାଜ୍ୟରେ ସମାଜ ସେବା କରିବାକୁ ଛତୁ ଫୁଟିଲା ପରି ବିଭିନ୍ନ ସେବା ସଂସ୍ଥା ଓ ଟ୍ରଷ୍ଟ ଗଢିଉଠୁଛନ୍ତି । କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସେବା ସଂସ୍ଥା ଦିନକୁ ଦିନକୁ ଗଢିଉଠୁଛି । ସେହିପରି ଜିଲ୍ଲାରେ ଆନନ୍ଦପୁର ଉପଖଣ୍ଡରେ ଗଢି ଉଠିଥିବା” ସାନଭି ସେବା ଟ୍ରଷ୍ଟ” ନାମକ ଏକ ସେବା ସଂସ୍ଥା କିଛି ସ୍ୱତନ୍ତ୍ର ସମାଜ ସେବା କାର୍ୟ୍ୟ କରି ଖୁବ କମ ଦିନ ମଧ୍ୟରେ ଲୋକଙ୍କର ସେବା ମାଧ୍ୟମରେ ପ୍ରିୟ ହେଇପାରିଛି ।
ସୂଚନା ଅନୁଯାଇ ଗତକାଲି ସାନଭି ସେବା ଟ୍ରଷ୍ଟର ଏକ ସାଙ୍ଗଠନିକ ବୈଠକ ହାଟଡିହି ବ୍ଲକ ଡ଼ଅର ଗ୍ରାମରେ ଥିବା ହରିଜନ ଓ ଆଦିବାସୀ ସେବାଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହେଇଥିଲା ବେଳେ ଉକ୍ତ ବିଦ୍ୟାଳୟରେ ପାଠ୍ୟ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯଇଥିଲା । ଆଗାମୀ ଦିନରେ ଏହି ଆଶ୍ରମର ସମସ୍ୟାକୁ ନିଜର କରିବା ସହିତ କେନ୍ଦୁଝର ଜିଲ୍ଲାର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତିଟି ଅସହାୟ ଲୋକଙ୍କୁ କିପରି ସହାୟତା କରାଯିବ ସେନେଇ ସାନଭି ଟ୍ରଷ୍ଟର ସଦସ୍ୟ ବୃନ୍ଦ ଉକ୍ତ ସଭାରେ ଆଲୋଚନା କରିଥିଲେ ।
ଉକ୍ତ କାର୍ୟ୍ୟକ୍ରମଟି ଟ୍ରଷ୍ଟର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସଙ୍ଗଠନ ସମ୍ପାଦକ ନିରାକାର ସାମଲ ସମେତ ସଦସ୍ୟ ଅଜୟ କୁମାର ଜେନା, ସତ୍ୟରଞ୍ଜନ କର, ଶିବ ପ୍ରସାଦ ପଣ୍ଡା, ଭାଗିରଥି ନାୟକ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।