ଚର୍ଚ୍ଚାରେ ସାରା ତେନ୍ଦୁଲକରଙ୍କ ବ୍ଲାକ ଡ୍ରେସ୍
1 min readକ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଟନ୍ତି | ସେ ଅଧିକାଂଶ ସମୟରେ କିଛି ନା କିଛି କଥା କୁ ନେଇ ସାରବାଦ ଚର୍ଚ୍ଚାରେ ରହିଥାନ୍ତି | ଅତୀତରେ କ୍ରିକେଟର ଶୁଭମ ଗିଲଙ୍କୁ ଡେଟ କରୁଥିବା ନେଇ ଅନେକ ସମୟରେ ସାରାଙ୍କ ନାଁ ଉଠିଥାଏ | କିନ୍ତୁ ଏହା ପଛରେ କଣ ସତ୍ୟତା ତାହା ଏଯାଏଁ ଜଣାପଡିନାହିଁ |
ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାରା ତେନ୍ଦୁଲକର ଇଣ୍ଡିଆ କାଉଚର ସପ୍ତାହ ୨0୨୪ ଅଂଶ ଗ୍ରହ କରିଥିଲେ | ଯେଉଁଥିରେ ସେ ପିନ୍ଧିଥିବା ଡ୍ରେସକୁ ନେଇ ଖୁବ ଚର୍ଚ୍ଚା ହେଉଛି | ସେ କାର୍ଯ୍ୟକ୍ରମରେ ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ | ଯାହା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲା | ତେବେ ଏହି କଳା ଡ୍ରେସରେ କଣ ରହିଛି..|
ତେବେ ସାରାଙ୍କ ଏହି ଡ୍ରେସକୁ ଡିଜାଇନର ରାହୁଲ ମିଶ୍ର ପ୍ରସ୍ତୁତି କରିଛନ୍ତି | ତେବେ ତାଙ୍କ ପୂର୍ବରୁ ଅନେକ ହଲିଉଡ଼ ସେଲିବ୍ରିଟି ମଧ୍ୟ ଏହି ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି | ତେବେ ଏହି କଳା ଡ୍ରେସରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ | ସେ ଫିଲ୍ମ ଜଗତରେ ପାଦ ଦେଇନଥିଲେ ମଧ୍ୟ ସେ ବଲିଉଡ ତାରକାଙ୍କ ଠାରୁ କିଛି କମ ନୁହେଁ | ତାଙ୍କର ରହିଛି କୋଟି କୋଟି ପ୍ରଶଂସକ | ତେବେ ସେ ବହୁ ଇଭେଣ୍ଟରେ ନଜର ଆସିଥାନ୍ତି |