ପୋଲିସ ଗାଡିକୁ ଟେକା ମାରି ,ଗିରଫ ହେଲେ ସରପଞ୍ଚ
1 min readଭଦ୍ରକ : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ପୋଲିସ ଗାଡିକୁ ଟେକା ମାରି ଜଣେ ସରପଞ୍ଚ ଗିରଫ୍ ହୋଇଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ ଗତକାଲି ଧାମନଗରର ନିର୍ଗୁଣ୍ଡା ପଞ୍ଚାୟତରେ ଗଣେଶ ଭସାଣୀ ହୋଇଥିଲା । କୌଣସି ପ୍ରକାରର ଗଣ୍ଡଗୋଳ ବା ବିଶୃଙ୍ଖଳା ସୃଷ୍ଟି ନହେବା ନିମନ୍ତେ ପୋଲିସ ଫୋର୍ସ ପେଟ୍ରୋଲିଙ୍ଗ କରିଥିଲା । ସେହି ସମୟରେ ନିର୍ଗୁଣ୍ଡା ପଞ୍ଚାୟତର ସରପଞ୍ଚ ଓ ତାଙ୍କର ଦୁଇ ସହଯୋଗୀ ପୋଲିସ ଗାଡି ଉପରକୁ ଟେକ୍କା ମାଡ କରିଥିଲେ । ଏନେଇ ଧାମନଗର ଥାନା ପୋଲିସ ସରପଞ୍ଚଓ ତାଙ୍କ ଦୁଇ ସହଯୋଗୀଙ୍କୁ ଥାନାକୁ ଆଣି ଅଟକ ରଖିଛି । ତେବେ ସରପଞ୍ଚ ଓ ତାଙ୍କ ଦୁଇ ସହଯୋଗୀ ଏସବୁ କାହିଁକି କରିଥିଲେ ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ପୋଲିସ ଉକ୍ତ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଲାଇଛି ।