Pratidin TV

Odisha's Digital News Platform

ସରପଞ୍ଚଙ୍କ ନିଆରା ପ୍ରୟାସ ; ଡ୍ରୋନରେ ପହଞ୍ଚାଇଲେ ଭିନ୍ନକ୍ଷମଙ୍କ ଭତ୍ତା….

1 min read

ନୂଆପଡା : ବଦଳୁଛି ରାଜ୍ୟର ସ୍ଥିତି । ସଚେତନ ହେଉଛି ପ୍ରଶାସନ । ଧିରେ ଧିରେ ବଦଳୁଛି ଓଡିଶାର ପ୍ରଶାସନିକ ବ୍ୟବସ୍ଥା । ଯାହାର ଏକ ନିଆରା ଦୃସ୍ୟ ଦେଖିବାକୁ ମିଳିଛି ଛତିଶଗଡ ଜିଲ୍ଲାରେ । ଡ୍ରୋନରେ ପହଞ୍ଚିଛି ଭିନ୍ନକ୍ଷମ ଭତ୍ତା । ଡ୍ରୋନରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାସ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ ।

sarapancha

ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଲ ମଧ୍ୟରେ ଅବସ୍ଥିତ । ପଞ୍ଚାୟତ କାର‌୍ୟ୍ୟାଳୟଠାରୁ ପ୍ରାୟ ୨ କିଲୋମିଟର ଦୂର । ଏହି ଗାଁର ଭିନ୍ନକ୍ଷମ ହେତରାମ ସତନାମୀଙ୍କ ମଧୁବାବୁ ପେନସନ୍ ମଞୁର ହେଲା । ହିତାଧିକାରୀଙ୍କୁ ଭତ୍ତା ପାଇଁ ପଞ୍ଚାୟତକୁ ଆସିବାକୁ ପଡିଥାଏ । କିନ୍ତୁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରୋଜ ଅଗ୍ରୱାଲ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ ଯୋଗେ ମଧୁବାବୁ ପେନସନ୍ ହିତାଧିକାରୀଙ୍କ ଘରକୁ ପଠାଇଛନ୍ତି ।

Advertisement

ଆଗାମୀ ଦିନରେ ମଧ୍ୟ ତାଙ୍କୁ ଡ୍ରୋନରେ ଭତ୍ତା ପଠାଯିବ । ଭିନ୍ନକ୍ଷମଙ୍କୁ ଆଉ ପଞ୍ଚାୟତ ଆସିବାକୁ ପଡିବ ନାହିଁ ବୋଲି ସରପଞ୍ଚ କହିଛନ୍ତି । ଡ୍ରୋନ ଯୋଗେ ଭତ୍ତା ଘରେ ପାଇ ଥିବାରୁ ଭିନ୍ନକ୍ଷମ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *