Pratidin TV

Odisha's Digital News Platform

୨ ଦିନିଆ ରିମାଣ୍ଡରେ ଆସିଲା ଠକ ସର୍ଦ୍ଦାର ପର୍ଶୁରାମ ଗିରି , ଲୋକଙ୍କୁ ଚୂନ ଲଗାଇ ରହୁଥିଲା ତାଜ୍ ହୋଟଲରେ …

1 min read

ନବମ ଫେଲ ଚୋର ପୁରା ଓଡିଶାରେ ପକାଇ ଥିଲା ଚହଳ । ପର୍ଶୁରାମ ଗିରି କୁ ଆଜି ୨ଦିନିଆ ରିମାଣ୍ଡରେନେଇଛି ବଡ଼ଗଡ଼ ଥାନା ପୋଲିସ । ଏମିତି ଜଣେ ହାଇ ପ୍ରୋଫାଇଲାଚୋର ଯିଏ ଚୋରି ଟଙ୍କାରେ ମୁମ୍ବାଇର ତାଜ ହୋଟେଲ ରେ ରହୁଥିଲା । ଫ୍ଲାଇଟ ରେ ଉଡୁଥିଲା, ଗୋଆରେ ଅୟସ କରୁଥିଲା । ଏହି ପେଷାଦାର ଚୋର ବାଲେଶ୍ଵର ଜିଲା ସୋର ଅଞ୍ଚଳର ପର୍ଶୁରାମ ଗିରି। ୨୦୧୩ମସିହାରୁ ଅପରାଧ ଦୁନିଆରେ ପାଦ ଦେଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତର ପୈତୃକ ଘର ବାଲେଶ୍ଵର ସୋରକୁ ନେବ ପୋଲିସ , ବଡ଼ଗଡ଼ ଅଞ୍ଚଳରେ ସରକାରୀ ଜମିରେ ଗଢିଥିବା ଘର ଭାଙ୍ଗିବ ପୋଲିସ । ଏ ନେଇ ବିଏମସିକୁ ଚିଠି ଲେଖିଛି କମିଶନରେଟ ପୋଲିସା

Advertisement

ଘର ବାଲେଶ୍ଵର ସୋର । ନବମ ଫେଲ । ହେଲେ ପର୍ଶୁରାମ ଚୋରିରେ କିନ୍ତୁ ହାସଲ କରିଛି ସୁପର ଡିଗ୍ରୀ । ଆଉ ପର୍ଶୁରାମର ଚୋରି ତରିକା ଦେଖି ତାଜୁବ ପୋଲିସ । ଗୋଟିଏ ହାତୁଡି ଆଉ ରଡ଼ ଧରି ୫୦ରୁ ଅଧିକ ଘରେ କଳାକନା ବୁଲାଇଛି ପର୍ଶୁରାମ । ତାଲା ପଡିଥିବା ଘର ଗୁଡିକୁ ଟାର୍ଗେଟ କରୁଥିଲା ସେ । ଝରକାର ଗ୍ରୀଲ ଭାଙ୍ଗି ଘରେ ପଶୁଥିଲା । କେବଳ ସୁନା ଗହଣା ଟଙ୍କା ନେଇ ଚମ୍ପଟ ମାରୁଥିଲା । ଶେଷରେ କିନ୍ତୁ ଧରାପଡ଼ିଥିଲା ପୋଲିସ ହାତରେ ।

ରାଜଧାନୀ ଭୁବନେଶ୍ୱରରେ ଏଭଳି ଲୁଟ ମୁଣ୍ଡବିନ୍ଧାର କାରଣ ପାଲିଟିଥିଲା । କମିସନରେଟ୍ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ସେ ।ଭୁବନେଶ୍ୱରର କେବଳ ସହିଦ ନଗର, ମଞ୍ଚେଶ୍ୱର, ପାହାଳ, ଲିଙ୍ଗରାଜ ଥାନାରେ ୨୧ଟି ଚୋରି ମାମଲା ରହିଛି ଏହି ଅଭିଯୁକ୍ତ ନାଁରେ । ଗୁରୁତ୍ୱପୁର୍ଣ କଥା ହେଉଛି ଝରକା ତାଡି ଟଙ୍କା ଓ ସୁନାଗହଣା ଲୁଟ କରିବା ପରେ ରାଜ୍ୟ ବାହାରକୁ ପଳାଉଥିଲା । ଲୁଟିଥିବା ଟଙ୍କାରେ ମୁମ୍ବାଇର ତାଜ୍ ହୋଟେଲ ଭଳି ସାତ ତାରକା ହୋଟେଲରେ ଅୟସ କରୁଥିଲା । ବିଳମ୍ବିତ ରାତିରେ କମିଶନରେଟ ପୋଲିସ କରୁଥିବା ବ୍ଲକିଙ୍ଗ ଓ ଚେକିଙ୍ଗ ସମୟରେ ପୋଲିସ ହାତରେ ଧରା ପଡିବା ପରେ ତା ନିକଟରୁ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମର ସୁନାଗହଣା ଓ ୭ କେଜି ରୁପା ଜବତ କରିଥିଲା।ଲୁଟ ଟଙ୍କାରେ ଫ୍ଲାଇଟ ରେ ବିଦେଶ ବୁଲୁଥିଲା ମୁମ୍ବାଇ ତାଜ ହୋଟେଲ୍ ଓ ଗୋଆରେ ମଉଜ କରୁଥିଲା ଅଭିଯୁକ୍ତ । ଲୁଟ ଟଙ୍କା ରେ ବାଲେଶ୍ଵର ସୋର ଗାଁ ଓ ଭୁବନେଶ୍ବର ବରଗଡ଼ ରେ ତିଆରି ହେଇଥିଲା ଦାମୀ ଘର । ଘର ଭଡ଼ା ଦେବା ସହ ସ୍ତ୍ରୀ ନା ରେ କିଣିଥିଲେ କୋଟି କୋଟି ଟଙ୍କା ର ପ୍ଲଟ । ଲୁଟ ବେଳେ ଏକାକୀ ଅପରେସନ କରୁଥିଲା ପର୍ଶୁରାମ । ତେବେ ଏହି ୨ ଦିନିଆ ରିମାଣ୍ଡ ଅବଧିରେ ପୋଲିସ ପର୍ଶୁରାମ ମୁହଁରୁ ଅନେକ ତଥ୍ୟ ବାହାର କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *