ଏକ୍ସିଟ୍ ପୋଲ ନେଇ ବିଜେପିର ବଡ ଜବାବ୍ , ଜାଣନ୍ତୁ କଣ କହିଲେ ସସ୍ମିତ ପାତ୍ର ।
1 min readଦେଶରେ ଗତକାଲି ଶେଷ ନିର୍ବାଚନ ସହ ନେତା ମାନଙ୍କ ଭାଗ୍ୟ ନିର୍ଧାରଣ ହୋଇସାରିଛି । ଏହାସହ ସାମ୍ନାକୁ ଆସିଛି ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥାର ଏକଜିଟ ପୋଲ ତଥ୍ୟ। ସମସ୍ତଙ୍କ ରିପୋର୍ଟରେ ବିଜେପିକୁ ମିଳିଛି ଅଧିକ ଆସନ। ରାଜ୍ୟରେ ଏଥର ବିଜେପି ୧୫ ବା ତା’ଠାରୁ ଅଧିକ ଆସନ ହାତେଇବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ତଥ୍ୟ କହୁଛି ରାଜ୍ୟରେ ବାଜି ମାରିବ ବିଜେପି।
ଏହାର ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ। କିନ୍ତୁ ଅନ୍ୟପଟେ ବିଜେଡି ଏହାକୁ ଗ୍ରହଣ କରିନାହିଁ । ଏନେଇ ସସ୍ମିତ ପାତ୍ର କହିଛନ୍ତି ଯେ ବିଜେଡିର ନିଜର ଏକ ଏକ୍ସିଟ୍ ପୋଲ ରହିଛି । ତେଣୁ ସସ୍ମିତ ପାତ୍ର କହିଛନ୍ତି ଯେ ଲୋକସଭାରେ ଅନ୍ତତ ୧୨ ରୁ ଉର୍ଦ୍ଧ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ତା ସହ ବିଧାନସଭାରେ ତିନିଚତୁର୍ଥାଶଂ ସିଟ୍ରେ ବିଜୟ ହେବ । ସେ ଆଉ ମଧ୍ୟ କହିଛନ୍ତି ଯେ ଦିଲ୍ଲୀରୁ ଆସି ସର୍ଭେ କରୁଥିବା ଏଜେନ୍ସି ଗୁଡିକ ଦେଉଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ । ସେ କେବଳ ନିର୍ଦ୍ଧିଷ୍ଟ ଦଳକୁ ଖୁସି କରିବାକୁ ଏପରି ରିପୋର୍ଟ ଦେଇଛନ୍ତି ।