Pratidin TV

Odisha's Digital News Platform

ଶୁଭଶ୍ରୀ ହତ୍ୟା ମାମଲା : ଧରାପଡିଲେ ଚିତ୍ତରଞ୍ଜନ ,ହେଲେ ପରଦା ଭିତରେ ତୃତୀୟ ପୁରୁଷ !

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ର ନୂଆ ମୋଡ଼ ନେଇଛି। ସନ୍ଦେହ, ପରକୀୟା ପ୍ରୀତି, ଅବିଶ୍ୱାସ ପାଇଁ ଶୁଭଶ୍ରୀ କରିଥିଲେ ଆତ୍ମହତ୍ୟା। ଏ ସବୁ ପଛର ମୁଖ୍ୟ ତୃତୀୟ ପୂରୁଷ । ତୃତୀୟ ପୁରୂଷ କିଏ ? ତାଙ୍କ ସହ ଶୁଭଶ୍ରୀ ଙ୍କର କଣ ସଂପର୍କ। ଗତ ୨୯ ତାରିଖରେ ଶୁଭଶ୍ରୀ କାହା ବାଇକ୍ ପଛରେ ବସି ଯାଇଥିଲେ । ଯାହା ପାଇଁ ଶୁଭଶ୍ରୀ ଜୀବନ ହାରିଥିଲେ ।

Advertisement

ସୁଚନା ଅନୁଯାୟୀ ଗତ ୨୯ ତାରିଖରେ ଯେତେବେଳେ ସ୍ୱାମୀ ଗାଁକୁ ଚାଲିଯିବା ପରେ ତାଙ୍କ ସାଙ୍ଗ ସହ କୌଣସି କାରଣରୁ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ଶୁଭଶ୍ରୀ । କୌଣସି ସୂତ୍ରରୁ ଖବର ପାଇ ଘରେ ପହଁଞ୍ଚିଥିଲା ଚିତ୍ତରଞ୍ଜନ । ସେହି ଯୁବକଙ୍କ ସହ କାହିଁକି ଯାଇଥିଲେ ବୋଲି ପଚାରି ଝଗଡା କରିବା ସହ ଗାଳିଗୁଲଜ କରିଥିଲେ ।ଯାହା ଚିତ ଙ୍କ ଆଖିରେ ଯାଇନଥିଲେ । ଆଉ ତାଙ୍କୁ ସବୁଦିନ ପାଇଁ ଭୁଲିଯିବାକୁ କହି ଚାଲିଯାଇଥିଲେ ଚିତ୍ତରଞ୍ଜନ ।

୩୦ତାରିଖ ଦିନ ଶୁଭଶ୍ରୀ ତାଙ୍କୁ ୭ଥର କଲ୍ କରିଥିବା ବେଳେ ଚିତରଞ୍ଜନ କୌଣସି ସମ୍ପର୍କ ରଖିବାକୁ ମନାକରି ଫୋନ୍ କାଟିଦେଇଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ଏବେ ତୃତୀୟ ପୁରୁଷକୁ ଖୋଜୁଛି ପୋଲିସ । ଶୁଭଶ୍ରୀ ଆତ୍ମହତ୍ୟା ପଛର ତୃତୀୟ ପିରୁଷ ଙ୍କ କଣ ଭୂମିକା ରହିଛି । ତେବେ ସେହି ତୃତୀୟ ଯୁବକ ଜଣଙ୍କୁ ପୋଲିସ ଧରିବା ପରେ ଘଟଣା ଉପରୁ ପରଦା ହଟିବ ।

Leave a Reply

Your email address will not be published. Required fields are marked *