Pratidin TV

Odisha's Digital News Platform

ଆଜି ସପ୍ତପୁରୀ ଅମାବାସ୍ୟା : ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଏହି ପିଠା

1 min read

ଆବଶ୍ୟକ ସାମଗ୍ରୀ – ମଇଦା,ଅଟା,ଘିଅ,ନଡିଆ,ଛେନା,ବୁନ୍ଧି,ଗୁଜୁରାତି,ଗୋଲମରିଚ,ଲବଙ୍ଗ,ଚିନି/ଗୁଡ,କାଜୁ,କିସମିସ୍‌,ଲୁଣ ।

ପ୍ରଣାଳୀ – ପ୍ରଥମେ ମଇଦା ଓ ଅଟାକୁ ପରିମାଣ ଅନୁସାରେ ଏକାଠି କରିବା ତାପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ଘିଅ ପକାଇ ଚକଟିବା । ଭଲ ଭାବରେ ଚକଟି ସାରିବା ପରେ ଏହାକୁ କିଛି ସମୟ ଘୋଡାଇ ରଖିଦେବା । ସେହିଭଳି ଅନ୍ୟପଟେ ପୁର ନିମନ୍ତେ ଗ୍ୟାସ୍ /ଚୂଲା ଉପରେ କଢାଇ ବସାଇବା , ଏହା ଗରମ ହେବା ପରେ ସେଥିରେ କୋରାଯାଇଥିବା ନଡିଆ ,ଛେନା,ଗୁଡ/ଚିନି ପକାଇ ଗୋଲାଇବା । ନଡିଆ ମୌଳିଯାଇ ପୁରର ରଙ୍ଗ ପରିବର୍ତ୍ତନ ହୋଇଯିବା ପରେ ଏଥିରେ ଭଜା ଯାଇଥିବା କାଜୁ କିସ୍‌ମିସ୍ ପକାଇ ଏକ ପାତ୍ରରେ କାଢି ବୁନ୍ଧି ଗୋଳାଇ ଦେବା , ଯଦି ଆପଣମାନେ ଚାହିଁବେ ବୁନ୍ଧିକୁ ନମିଶାଇ ଖାଲି ନଡିଆ ଓ ଛେନା ପୁର ମଧ୍ୟ ପ୍ରସ୍ତୁତ କରିପାରିବେ ।

Advertisement

ଏହାପରେ ଘୋଡାହୋଇ ରଖାଯାଇଥିବା ଆଟା ଓ ମଇଦା ଚକଟାକୁ ମଧ୍ୟମ ଧରଣର ଗୁଳା କରି ପୁରୀ ବେଲିବା । ଗୋଟେ ପୁରୀକୁ ତଳେ ତା ଉପରେ ପ୍ରସ୍ତୁତ ହୋଇଥିବା ପୁର ଦେଇ ତାଉପରେ ଆଉ ଏକ ପୁରୀ ରଖିବା ଏହାପରେ ତା କରପାଖଗୁଡିକୁ ଭଲ ଭାବରେ ଆଙ୍ଗୁଠି ଦେଇ ମୋଡିବା ଯେପରି ପୁରୀ ମଧ୍ୟରେ ଥିବା ପୁର ଗୁଡିକ ବାହାରକୁ ଆସିପାରିବ ନାହିଁ । ଅନ୍ୟ ଏକ କଢାଇରେ ଘିଅ/ତେଲ ଗରମ କରି ତାକୁ ଛାଣିବା । ପୁରୀର ରଙ୍ଗ ହାଲକା ବାଦାମୀ ପଡିଗଲେ ଏହାକୁ ଏକ ପାତ୍ରକୁ କାଢିଦେବା । ଏହାପରେ ପ୍ରସ୍ତୁତ ହୋଇଯିବ ସପ୍ତପୁରୀ । ଏହା ସହ ଆପନମାନେ ଥାକକୁ ଥାକ ୭ ଟି ପୁରୀ ଓ ପୁର ଦେଇ ମଧ୍ୟ ପ୍ରସ୍ତୁତ କରିପାରିବା ଏହି ସପ୍ତପୁରୀ ବା ସାତପୁରୀ ।

Leave a Reply

Your email address will not be published. Required fields are marked *