Pratidin TV

Odisha's Digital News Platform

ଭାରତରେ ଆରମ୍ଭ ହେବ ସ୍ୟାଟେଲାଇଟ ଇଣ୍ଟରନେଟ…ଜିଓକୁ ମିଳିଲା ଗ୍ରୀନ ସିଗନାଲ

1 min read

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଜିଓ ପ୍ଲାଟଫର୍ମକୁ ଭାରତ ପକ୍ଷରୁ ମିଳିଛି ବଡ଼ ଅନୁମତି। ଜିଓ ପ୍ଲାଟଫର୍ମ ଏବଂ ଲକ୍ସେମବର୍ଗ-ଆଧାରିତ SES ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମିଶି ଦେଶରେ ଆରମ୍ଭ କରିବାକୁ ଯାଉଛନ୍ତି ସାଟେଲାଇଟ ଇଣ୍ଟରନେଟ |

ଆମଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭଳି ସ୍ୟାଟେଲାଇଟ କମ୍ପ୍ୟୁନିକେସନ ସେବା ପାଇଁ ଅନୁମତି ମାଗୁଥିବା ବେଳେ ଭାରତ ପକ୍ଷରୁ ଜିଓକୁ ଗ୍ରୀନ ସିଗ୍ନାଲ ମିଳିଛି। ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ୟାଟେଲାଇଟ ଦ୍ୱାରା ଇଣ୍ଟରନେଟ ଯୋଗାଇ ଦେବା ପାଇଁ ଅର୍ବିଟ କନେକ୍ଟ ଇଣ୍ଡିଆକୁ ୩ଟି ଅନୁମତି ଦିଆଯାଇଛି। ଇଣ୍ଡିଆନ ନ୍ୟାଶନାଲ ସ୍ପେଶ ପ୍ରମୋସନ ଓ ଅଥୋରାଇଜେସନ ସେଣ୍ଟର(ଆଇଏନ-ସ୍ପେଶ) ଏପ୍ରିଲ ଓ ଜୁନ ମାସରେ ୩ଟି ଅନୁମତି ଦେଇଛି। ତେବେ ଏଯାଏ ଟେଲିକମ୍ୟୁନେକସନ ପକ୍ଷରୁ ସ୍ୟାଟେଲାଇଟ ଇଣ୍ଟରନେଟ ପାଇଁ ଅନୁମତି ମିଳିଛି। ଟେଲିକମ୍ୟୁନିକେସନ ଅନୁମତି ଦେଲେ ସେବା ଆରମ୍ଭ ହେବ।

ଡେଲୋଏଟ୍ ଅନୁଯାୟୀ ଭାରତର ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ବଜାର ଆସନ୍ତା ୫ ବର୍ଷ ମଧ୍ୟରେ ବାର୍ଷିକ ୩୬ % ବୃଦ୍ଧି ପାଇବ ଏବଂ ୨0୩0 ସୁଦ୍ଧା ୧.୯ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସମଗ୍ର ବିଶ୍ୱରେ ସ୍ପେସ୍ ଭିତ୍ତିକ ଇଣ୍ଟରନେଟ୍ ମାଧ୍ୟମରେ ଗ୍ରାମାଞ୍ଚଳକୁ ସଂଯୋଗ ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *