ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ !ମରୁଭୂମି ରେ ହେଲା ତୁଷାରପାତ ….
1 min readପ୍ରକୃତି ର ପ୍ରକୋପ ଏବେ ଚାରିଆଡେ ଦେଖିବାକୁ ମିଳୁଛି । ଯାହା କେବେ ଘଟିନଥିଲା ତାହା ଏବେଘଟୁଛି । କେଉଁଠି ବରଫରେ ଆଚ୍ଛାଦିତ ସାଗର ସବୁଜିମା ପାଲଟିଲାଣି ତ ଆଉ କେଉଁଠି କାଳ କାଳର ମରୁଭୂମି ଅଞ୍ଚଳରେ ଏବେ ବରଫ ବର୍ଷା ହେବାକୁ ଲାଗିଲାଣି । ଏହି ପରିବର୍ତ୍ତନ ଏବେ ପୃଥିବୀରେ ବିନାଶର ଆଶଙ୍କା ସୃଷ୍ଟି କଲାଣି ।କାରଣ ପରିବର୍ତ୍ତନ ସାଙ୍ଗରେ ଅନେକ କ୍ଷତି ନେଇ ଆସିଥାଏ ।ଏବେ ଏମିତି କିଛି ପରିବର୍ତ୍ତନ ସାଉଦି ଆରବରେ ଡରାଇଲାଣି । କୁହାଯାଉଛି ଯେ ଅଲ୍-ଜୌଫ୍ ଅଞ୍ଚଳର ଲୋକେ ସକାଳୁ ଉଠିବା ପରେ ଧଳା ବରଫ ଚାଦର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଉଦି ପ୍ରେସ୍ ଏନେଜ୍ସି କହିଛି, ଏଠାରେ କେବଳ ତୁଷାରପାତ ହୋଇନାହିଁ, ବରଂ ଝରଣା ମଧ୍ୟ ସୃଷ୍ଟି ହୋଇଛି । ଉପତ୍ୟକା ପୁଣିଥରେ ପୁନର୍ଜୀବିତ ହୋଇ ଅଞ୍ଚଳକୁ ଜୀବନରେ ଭରିଦେଇଛି ।
ଶୀତଦିନ ଭଳି ଦେଖାଯାଉଥିବା ଏହି ଦୃଶ୍ୟ ଏକ ପରିବର୍ତ୍ତନର ପ୍ରତୀକ । କାରଣ, ଦେଶ ଶୀତରେ ପ୍ରବେଶ କରୁଥିବା ବେଳେ ବସନ୍ତ ଋତୁର ମାର୍ଗ ପ୍ରଶସ୍ତ ହେଉଛି, ଯେଉଁଥିପାଇଁ ଏହି ଅଲ୍-ଜୌଫ୍ ଅଞ୍ଚଳଟି ପ୍ରସିଦ୍ଧ ।
ସେପଟେ ସାଉଦି ଆରବ ପାଣିପାଗ ବିଭାଗ ଆଗାମୀ ଦିନରେ ଖରାପ ପାଣିପାଗର ଚେତାବନୀ ଜାରି କରିଛି । ଅଲ୍-ଜୌଫର ଅଧିକାଂଶ ଭାଗରେ ଝଡ଼ର ଆଶଙ୍କା କରାଯାଇଛି ।
ତେବେ କହିରଖୁଛୁ, ଅଲ-ଜୌଫ ସାଉଦ ଆରବର ଏକ ପ୍ରମୁଖ ପ୍ରାନ୍ତ, ଯାହା ଦେଶର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ । ଏହାର ରାଜଧାନୀ ସକାକା । ଏହି ସ୍ଥାନ ପୂରା ମରୁଭୂମି ହୋଇଥିବା ବେଳେ ଏଠିକାର ପାହାଡିଆ ଅଞ୍ଚଳ ଏବଂ ବିଭିନ୍ନ ଐତିହାସିକ କୀର୍ତ୍ତୀରାଜି ପାଇଁ ପ୍ରସିଦ୍ଧ । ତେବେ ବର୍ଷର ଅଧିକାଂଶ ସମୟରେ ଏହି ସ୍ଥାନ ଶୁଖିଲା ରହିଥିବା ବେଳେ ଏଠାରେ ଗରମ ଅନୁଭୂତ ହୋଇଥାଏ । ଆହୁରି ମଧ୍ୟ ଅଲ-ଜୌଫ ସ୍ଥାନଟି ସାଉଦି ଆରବର କୃଷି କ୍ଷେତ୍ରକୁ ମଧ୍ୟ ବେଶ୍ ସୁହାଇଥାଏ । ଖାସ୍ କରି ଖଜୁରି ଏବଂ ଅନ୍ୟ କୃଷି ପାଇଁ ଏହିଠାରୁ ହିଁ ଉତ୍ପାଦ ମିଳିଥାଏ । ଏଥିସହିତ ଏହି ସ୍ଥାନଠାରୁ ଆରବର ପ୍ରାଚୀନ ବ୍ୟାପାର ମାର୍ଗ ମଦ୍ୟ ଜଡିତ । କିନ୍ତୁ ଏବେ ଏହାର ପାରିପାର୍ଶ୍ବିକ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି ।