Pratidin TV

Odisha's Digital News Platform

(video )ଗୋଟିଏ ସାନିଟାରୀ ପ୍ୟାଡକୁ କରିପାରିବେ ତିନି ବର୍ଷ ବ୍ୟବହାର ..

1 min read

ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ବା ଯୁବତୀ ଋତୁସ୍ରାବ ବା ପିରିୟଡ ହୋଇନଥାନ୍ତି ତେବେ ସେମାନେ ମାଆ ହୋଇପାରିବେ ନାହିଁ । ଋତୁସ୍ରାବକୁ ନେଇ ଅନେକ ପ୍ରକାର ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଆଜି ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସଂକ୍ରମଣର ଶିକାର ହୋଇଥାଆନ୍ତି । ମହିଳାମାନଙ୍କ ପାଇଁ ଋତୁସ୍ରାବକୁ ନେଇ ଯଦିଓ ବଜାରରେ ଅନେକ ଜିନିଷ ଉପଲବ୍ଧ, କିନ୍ତୁ ତଥାପି ମହିଳାମାନେ ସାନିଟାରୀ ପ୍ୟାଡ୍ ଅଧିକ ବ୍ୟବହାର କରନ୍ତି । ସାନିଟାରୀ ନାପକିନ ମହିଳାମାନଙ୍କୁ ଆରାମ ପ୍ରଦାନ କରିଥାଏ । ଆବଶ୍ୟକତା ଅନୁସାରେ, ବିଭିନ୍ନ ପ୍ରକାର ସାନିଟାରୀ ପ୍ୟାଡ ବଜାରରେ ଉପଲବ୍ଧ ହେଉଛି । ତେବେ ଏବେ ସବୁ ମହିଳାଙ୍କ ପାଇଁ ଆସିଛି ଗୋଟେ ଖୁସି ଖବର । ଏବେ ଗୋଟିଏ ପ୍ୟାଡ ଆପଣ ତାକୁ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଆଜ୍ଞା ହଁ ଆପଣ ଯାହା ଶୁଣୁଛନ୍ତି ଠିକ୍ ଶୁଣୁଛନ୍ତି ଏବେ ଗୋଟିଏ ସାନିଟ୍ୟାରୀ ପ୍ୟାଡ ପୁରା ତିନିବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ତେବେ ଏ ବିଷୟରେ ଅଧିକ ଜାଣିବା ପାଇଁ ଥରେ ଦେଖି ନିଅନ୍ତୁ ଏହି ଭିଡିଓ ..

Advertisement

Leave a Reply

Your email address will not be published. Required fields are marked *