Pratidin TV

Odisha's Digital News Platform

ବଢ଼ିଲା ସୌରୀନ ଭଟଙ୍କ ଅଡ଼ୁଆ, NBW ପାଇଁ କୋର୍ଟରେ ଆବେଦନ କଲା ପୋଲିସ….

1 min read

କଟକ ; ବଲିଉଡ୍ କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ।ସୌରୀନ ଭଟଙ୍କ ବିରୁଦ୍ଧରେ ଏନବିଡବ୍ଲୁ କୋର୍ଟ ଗଲା ପୋଲିସ। ଆଜି NBW ପାଇଁ JMFC କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ। ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନଦେବାରୁ ଏହି ପଦକ୍ଷେପ ଗ୍ରହଣ କରିଛି ପୋଲିସ।

ଜୈନିକ ଯୁବତୀ ସୌରୀନ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଥିଲେ। ପୂର୍ଵରୁ ସୌରୀନ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି ପୋଲିସ୍। ଏହାସହ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ମଧ୍ୟ ଜାରି ହୋଇଛି।

Advertisement

Leave a Reply

Your email address will not be published. Required fields are marked *