Pratidin TV

Odisha's Digital News Platform

ଦେଶର ସବୁଠୁ ଧନୀ ମହିଳା : ବିଜେପି ଦେଲାନି ଟିକେଟ , ସ୍ୱାଧୀନ ଭାବେ ଲଢ଼ି ହାତେଇଲେ ବିଧାୟକ ଆସନ ..

1 min read

ଆସିବାରେ ଲାଗିଛି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ । ଗୋଟିଏ ପଟେ ସମସ୍ତ ଏକ୍‌ଜିଟ୍‌ ପୋଲକୁ ଚକ୍‌ମା ଦେଇ ବିଜେପି ବହୁମତ ଆଡ଼କୁ ବଢ଼ୁଥିବାବେଳେହରିୟାଣାର ହିସାର ଜିଲାରେ ବିଜୟ ହୋଇଛନ୍ତି ଭାରତର ଧନୀ ମହିଳା ସାବିତ୍ରୀ ଜିନ୍ଦଲ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରାମନିଭା ରାଡା ଙ୍କୁ 20,000 ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସାବିତ୍ରୀ ଜିନ୍ଦଲ । ହେଲେ ଶେଷ ସମୟ ଯାଏଁ ଅପେକ୍ଷା କରି ସେ ନିରାଶ ହେବା ପରେ ସେ ବାଧ୍ୟ ହୋଇ ସ୍ୱାଧୀନରେ ଛିଡା ହୋଇଥିଲେ । 2005 ମସିହାରେ ଜିନ୍ଦଲ ହିସାର ନିର୍ବାଚନ ମଣ୍ଡଳୀରୁ ହରିୟାଣା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ l 2009ମସିହାରେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ l 2005 ହିସାର ଉପ-ନିର୍ବାଚନ ଜିତିବା ପରେ ସେ ଭୂବିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ବଧୀନ ହରିୟାଣା କଂଗ୍ରେସ ସରକାରରେ 9 ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ହେଲେ 2014 ରାଜ୍ୟ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କ ଠାରୁ ବିଧାନସଭା ନିର୍ବାଚନ ହାରି ଯାଇଥିଲେ । ଏବଂ 29 ଅକ୍ଟୋବର 2013 ମସିହାରେ ସେ ହରିୟାଣା ସରକାରର କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ପରେ 2014 ମସିହାରେ ହରିୟାଣା ବିଧାନ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ​​ସେ ନିଜର ଆସନ ହରାଇଥିଲେ ।

Advertisement

ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ଏବଂ ସେ 2016 ମସିହାର 16 ଧନୀ ଭାରତୀୟ ଅଟନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ 4.0 ବିଲିୟନ ଡଲାରରୁ ଅଧିକ l ସେ ମଧ୍ୟ 2016 ମସିହାରେ ଦୁନିଆର 453 ତମ ଧନୀ ମହିଳା ମଧ୍ୟ ଥିଲେ । ଫୋବର୍ସର ଶୀର୍ଷ 10 ଧନୀ ଭାରତୀୟଙ୍କ ମଧ୍ୟରେ ସାବିତ୍ରୀ ଜିନ୍ଦଲ ଏକ ମାତ୍ର ମହିଳା । ସାବିତ୍ରୀଙ୍କ ଜିନ୍ଦଲଙ୍କ ସ୍ବାମୀ ତଥା ଜିନ୍ଦଲ ସମୂହର ସଂସ୍ଥାପକ ମୃତ୍ୟୁ ପରେ ଓପି ଜିନ୍ଦଲଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ ।

Leave a Reply

Your email address will not be published. Required fields are marked *