Pratidin TV

Odisha's Digital News Platform

SBI ATM ଲୁଟେରା ଙ୍କୁ ନେଇ ସିନରିକ୍ରିଏସନ କଲା ପାଟଣାଗଡ଼ ପୋଲିସ…

1 min read

ପାଟଣାଗଡ଼ ଥାନା ସରମୁହାଣ ଏସବିଆଇରୁ ଗତ ୧୭ ତାରିଖ ରେ ଗ୍ୟାସକଟରରେ କାଟି ଟଙ୍କା ଲୁଟ ଉଦ୍ୟମରେ ଧରା ପଡିଥିଲେ ୬ଜଣ ଲୁଟେରା । ଏହି ଘଟଣାରେ ପୋଲିସ ଉକ୍ତ ୬ଜଣ ରାଜସ୍ଥାନୀ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ଖୋଳତାଡ଼ କରିବା ପାଇଁ ଲୁଟେରା ମାନଙ୍କୁ ଦୁଇ ଦିନିଆଁ ରିମାଣ୍ଡ ରେ ଆଣିଛି । ଆଜି ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ପୋଲିସ ଅଧିକ୍ଷକ ଜ୍ୟୋତିର୍ମୟୀ ଭୁକ୍ତାଙ୍କ ନେତୃତ୍ୱ ରେ ୬ ଜଣ ରାଜସ୍ଥାନୀ ଲୁଟେରା ମଧ୍ୟରୁ ତିନିଜଣ ମୁଖ୍ୟ ଲୁଟେରା ଙ୍କୁ ନେଇ କଦୋପଡା ହାର୍ଡୱେର ଦୋକାନ ଯେଉଁଠାରୁ କଟର ସାମଗ୍ରୀ କିଣିଥିଲେ, ରାମଜି ଛକର ଗୋଟିଏ ଦୋକାନ ଯେଉଁଠାରୁ ସ୍ପ୍ରେ କିଣିଥିଲେ କୁକୁରମୁଣ୍ଡା ଛକ ସ୍ଥିତ ଗ୍ୟାରେଜ ଯେଉଁଠାରୁ ଗ୍ୟାସସିଲିଣ୍ଡର ଚୋରି କରିଥିଲେ ଓ ସରମୁହାଣ ସ୍ଥିତ ଏସବିଆଇ ଏଟିଏମକୁ ନେଇ କିଭଳି ଭାବରେ ଲୁଟ କରିଥିଲେ ତାର ସିନରିକ୍ରିଏସନ କରିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *