Pratidin TV

Odisha's Digital News Platform

ବନ୍ଧା ହେଲେ SBI ଡେପୁଟି ମ୍ୟାନେଜର ; ୮ କୋଟିର ଠକେଇ ମାମଲାରେ ବାନ୍ଦିଲା EOW ..

1 min read

ଭୁବନେଶ୍ୱର : ଏସ୍ ବି ଆଇ ବ୍ୟାଙ୍କ୍ ଅଫିସରଙ୍କୁ ବାନ୍ଧିଲା ଋଙଡ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ହାତରେ ଧରା ପଡିଛନ୍ତି ଏସ୍ବିଆଇ ବ୍ୟାଙ୍କ୍ ଡେପୁଟି ମ୍ୟାନେଜର । ଆଜି ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ୟ୍ୟ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ଆଶୁତୋଷ ପୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଓ ଫିଲଡ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ଏହି ସମୟରେ ସେ ବେଆଇନ୍ ଭାବେ ୫୯ ଟି ଏକ୍ସପ୍ରେସ୍ କ୍ରେଡିଟ୍ ଓ ୨୬ଟି ପେନସନ୍ ଲୋନ ପାଇଁ ଅନୁମତି ଦେଇଥିଲେ । ଏହାସହ ପ୍ରାୟ ୮ କୋଟିରୁ ଉର୍ଦ୍ଧ ଟଙ୍କା ଠକିଥିବା ନେଇ କୁହାଯାଇଛି । ପେନସନ୍ ପାଇବା ପାଇଁ ଅନେକ ଅଯୋଗ୍ୟ ଲୋକଙ୍କୁ ସେ ପେନସନ୍ ଅନୁମତି ଦେଇଥିଲେ । ମ୍ୟାନେଜରଙ୍କ ଏହି କଳା କାରନାମା ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ନେଇ ଠକେଇର ବ୍ଲୁ ପ୍ରିଣ୍ଟ ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭୁଲ ଲୋକଙ୍କୁ ଦିଆଯାଇଥିଲା ଲୋନ ।

ଏନେଇ କେସ ନମ୍ବର ୧୪, ଦଫା ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ B ରେ ଗିରଫ ଏ ନେଇ EOW ରେ ଅଭିଯୋଗ କରିଥିଲେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁ ରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ଫର୍ଜି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଲୋନ ଦେଇଥିବା ନେଇ ଅଭିଯୋଗ ଆସିବା ପରେ ଆଜି ମ୍ୟାନେଜରଙ୍କୁ ବାନ୍ଧିଛି


Leave a Reply

Your email address will not be published. Required fields are marked *