Pratidin TV

Odisha's Digital News Platform

ଏସବିଆଇ ର ନୂଆ ସେବା : ଏବେ ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ପାଇ ପାରିବେ ଗ୍ରାହକ

1 min read

ନୂଆଦିଲ୍ଲୀ : ଭାରତର ସବୁଠୁ ବଡ ବ୍ୟାଙ୍କ ଭାବେ ପରିଚିତ ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) । ଏବେ ଏସବିଆଇ ପକ୍ଷରୁ ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ ଗ୍ରାହକ । ଗତକାଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଟ୍ୱିଟ୍ ମାଧ୍ୟମରେ ସେବା ଆରମ୍ଭ କରାଯିବାକୁ ନେଇ ସୂଚନା ଦିଆଯାଇଥିଲା ।ତେବେ ଏହି ସେବାରେ ଗ୍ରାହକମାନେ ବ୍ୟାଙ୍କଙ୍କୁ ନଯାଇ ମଧ୍ୟ ବ୍ୟାଙ୍କ ସେବା ଗୁଡିକ ପାଇପାରିବେ ,ଯେପରିକି ବାଲାନ୍ସ ଚେକି,ମିନି ଷ୍ଟେଟମେଣ୍ଟ ଆଦି ଜାଣିପାରିବେ । ଏହି ସେବା ଆରମ୍ଭ ହେବାପରେ ଗ୍ରାହକମାନଙ୍କୁ କୌଣସି ଏଟିଏମ୍ ଯିବା କିମ୍ବା କିଛି ନିର୍ଦ୍ଧିଷ୍ଟ ଆପ୍ ଡାଉନଲୋଡ କରିବାକୁ ପଡିବନି ।

ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ ଖରାଙ୍କ ସୂଚନା ମୁତାବକ , ଏହି ସେବା ଗୁଡିକ ପାଇବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ଷ୍ଟେଟ ବ୍ୟାଙ୍କ ସହ ପଂଜୀକୃତ ଥିବା ଫୋନ ନଂରୁ ଡଇଜଋଏ ସହ ନିଜ ଆକାଉଣ୍ଟ ନମ୍ବର ଲେଖି ୯୧୭୨୦୮୯୩୩୧୪୮ କୁ ଏସଏମ୍‌ଏସ କରିବାକୁ ହେବ ।ଏହା ମାଧ୍ୟମରେ ବ୍ୟାଙ୍କ ଗ୍ରାହକ ମାନେ ହ୍ୱାଟ୍ସଆପ ସେବା ପାଇଁ ବ୍ୟାଙ୍କ ସହ ପଞିକରଣ କରିପାରିବେ ।
ଏହା ପରେ ହ୍ୱାଟ୍ସଆପ ମାଧ୍ୟମରେ ୯୧୯୦୨୨୬୯୦୨୨୬ ନଂରେ HII(ହାଏ )ଲେଖି ଏକ ମେସେଜ୍ ପଠାଇବା ପରେ, ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ଉତ୍ତର ଆସିଯିବ ।

Leave a Reply

Your email address will not be published. Required fields are marked *