Pratidin TV

Odisha's Digital News Platform

କ୍ୟାନସର ରୋଗୀଙ୍କ ସହ ହେଉଥିଲା ଖେଳ…….ନକଲି କେମୋ ଔଷଧ ତିଆରି ନାଁରେ କୋଟି କୋଟି ଟଙ୍କାର ସ୍କାମ

1 min read

ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା | ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କ୍ୟାନ୍ସର ରୋଗୀଙ୍କ କେମୋଥେରାପିର ନକଲି ଔଷଧ ପ୍ରସ୍ତୁତ କରୁଥିବା ଏବଂ ବିକ୍ରି କରୁଥିବା ସିଣ୍ଡିକେଟରଙ୍କୁ ଧରିଛି | ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏହି ନକଲି ଡ୍ରଗ୍ସ ସିଣ୍ଡିକେଟରେ ୭ ଜଣ ଅଭିଯୁକ୍ତଙ୍କୁ କରିଛି ଗିରଫ |

ସୂଚନା ମୁତାବକ,ସୋମବାର ଦିନ କ୍ରାଇମବ୍ରାଞ୍ଚ ଟିମ ମୋତି ନାଗର, ଗୁରୁଗ୍ରାମ ଏବଂ ଯମୁନା ବିହାରର ୪ଟି ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କରିଥିଲା ଗିରଫ | ତେବେ ଅଭିଯୁକ୍ତମାନଙ୍କ ନିକଟରୁ ମିଳିଛି ପ୍ରାୟ ୪ କୋଟି ତାଙ୍କ ମୂଲ୍ୟର ୭ଟି ଅନ୍ତର୍ଜାତୀୟ ଏବଂ ୨ଟି ଭାରତୀୟ ବ୍ରାଣ୍ଡ ଔଷଧ ପୋଲିସ କରିଛି ଉଦ୍ଧାର |

Advertisement

ଚଢ଼ାଉ ସମୟରେ ୮୯ .୫ ଲକ୍ଷ ଟଙ୍କା ଏବଂ ୧୯୦୦୦ ଆମେରିକୀୟ ଦଳର ଜବତ କରିଥିଲା କ୍ରାଇମବ୍ରାଞ୍ଚ | ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି | ଏହି ନକଲି ଡ୍ରଗ୍ସ ମାମଲାରେ ଆଉ କେତେ ଲୋକ ସାମିଲ ଅଛନ୍ତି ଏବଂ କେତେ ଲୋକଙ୍କୁ ଏହି ଔଷଧ ଦିଆଯାଇଛି ତାହା ପୋଲିସ ଜୋରସୋରରେ ଚଳାଇଛି ତଦନ୍ତ |

Leave a Reply

Your email address will not be published. Required fields are marked *