Pratidin TV

Odisha's Digital News Platform

ଡ୍ରାମା ଜରିଆରେ ନିଜ ଦୁଃଖ ବଖାଣିଲେ SCB ଡାକ୍ତର

ପଶ୍ଚିମବଙ୍ଗ ଆର ଜି କର ଡାକ୍ତରଖାନାରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଡାକ୍ତରଙ୍କ ଜାରି ରହିଛି ଆନ୍ଦୋଳନ । ଏହାରି ଭିତରେ ଆଜି ଏସସିବି ମେଡିକାଲ ରେ ସପ୍ତମ ଦିନରେ ଜୁନିଅର ଡାକ୍ତରମାନେ ସରକାରୀ ଡାକ୍ତରଖାନାରେ ଜରୁରୀ କାଳୀନ ପରିସ୍ଥିତି ରେ ଡାକ୍ତର ମାନଙ୍କ ରୋଗୀସେବା କିପରି ରୁହେ ଆଉ ଗୁରୁତର ରୋଗୀଙ୍କୁ ସେବା କରୁଥିବା ସମୟରେ ଯଦି କିଛି ସମସ୍ୟା ସୃଷ୍ଟି ହୁଏ । ଏବଂ ରୋଗୀ ଜଣକ ମୃତ୍ୟୁ ବରଣ କରେ ।

ଏହାପରେ କାର୍ଯ୍ୟରତ ଡାକ୍ତରମାନେ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କ ଠାରୁ କିପରି ଆକ୍ରମଣର ଶିକାର ହୁଅନ୍ତି, ସେମାନଙ୍କ ପ୍ରତି କିପରି ଅନ୍ୟାୟ ହୁଏ, ଆଉ ବେଳେବେଳେ ଡାକ୍ତର ମାନଙ୍କ ଜୀବନ ମଧ୍ୟ ଚାଲିଯିବା ଭଳି ଏକ ଘଟଣା କୁ ନେଇ ଜୁନିଅର ଡାକ୍ତର ମାନେ ଏକ ଡ୍ରାମା ମାଧ୍ୟମରେ ଉପସ୍ଥିତ ଥିବା ଜନ ସାଧାରଣ ମାନଙ୍କୁ ଅବଗତ କରାଇଥିଲେ । ଆଉ ଶେଷରେ ନିଜର ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଥିଲେ ।

Leave a Reply

Your email address will not be published. Required fields are marked *