Pratidin TV

Odisha's Digital News Platform

ଏସସିବି ହେଲା “ନୋ-ଟୋବାକୋ” ଜୋନ୍, ଏଣିକି ପାନ ଗୁଟଖା ଛେପ ପକାଇଲେ ଦେବେ ଏତିକି ଫାଇନ୍

1 min read

କଟକ : ଏଣିକି ଏସସିବି ଆସୁଥିଲେ ଆଣିବେନି ତବାକୁ ଜାତୀୟ ଦ୍ରବ୍ୟ। ପାନ କିମ୍ବା ପୁଡ଼ିଆ ଛେପପକାଇଲେ ଦେବାକୁ ପଡ଼ିବଫାଇନ।ଏସସିବି ମେଡ଼ିକାଲ କଲେଜକୁ “ନୋ-ଟୋବାକୋ” ଜୋନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ପାନଗୁଟକା ଛେପପକାଇଲେ ଦେବାକୁ ପଡିବ ଦୁଇଶହ ଟଙ୍କା ଜୋରିମାନା । ଡ୍ୟୁଟିରେ ଥିବା ଏସସିବି କର୍ମଚାରୀଙ୍କ ଉପରେ ମଧ୍ୟ ହେବ ଦୃଢ଼କାର‌୍ୟ୍ୟାନୁଷ୍ଠାନ। ଏନେଇ ଉଚ୍ଚସ୍ତରୀୟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏବଂ ଏକ ବିଜ୍ଞପ୍ତି ଜାରି କରାଯାଇଛି। କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ ଅନୁମତି ନାହିଁ ଏସସିବି ପରିସରରେ।

ଏନେଇ ଏସସିବି ର କୁଳସଚିବ ପ୍ରଶାସନ ଓ ସାଧାରଣ ଅଧିକ୍ଷକ ଡକ୍ଟର ଅବିନାଶ ରାଉତ କହିଛନ୍ତି ଯେ , ପ୍ରଶାସନ ଅନେକ ଦିନ ଆଗରୁ ଏହି ପ୍ରୟାସ ଆରମ୍ଭ କରିଥିଲା ।କିନ୍ତୁ ବର୍ତ୍ତମାନ ଏହାକୁ କଡାକଡି ଭାବେ କାର୍ଯ୍ୟ କରିବ । ଯଦି କେହି ନିଶାଜାତୀୟ ଦ୍ରବ୍ୟ ସହ ଧରାପଡେ ବା ହସ୍ପିଟାଲ ପରିସର ମଧ୍ୟରେ ଛେପ ପାନ କିମ୍ବା ଗୁଟଖା ଛେପ ପକାଏ ତେବେ ତା ଉପରେ ସଙ୍ଗେ ସଙ୍ଗେ ଫାଇନ କଟାଯିବା । ଯାହା ସେ ଦେବାକୁ ବାଧ୍ୟ । ଅନେକ ସଚେତନତା ପରେ ମଧ୍ୟ ଶୁଣୁନାହାନ୍ତି ଲୋକ ଓ ଏସସିବି କର୍ମଚାରୀ । ବାଧ୍ୟ ହୋଇ ଶେଷରେ ଆମେ ଏଭଳି କାର୍ଯ୍ୟନୁଷ୍ଠାନ ନେଲୁ । ବର୍ତ୍ତମାନ ପ୍ରଚାର କାଡି ସହ କିଛି କର୍ମଚାରୀ ମଧ୍ୟ ପରିସର ଭିତରେ ବୁଲି ବୁଲି ଏଥିପ୍ରତି ସଚେତନ କରାଉଛନ୍ତି ।

Leave a Reply

Your email address will not be published. Required fields are marked *