Pratidin TV

Odisha's Digital News Platform

ଏସ ସି ବି ମେଡ଼ିକାଲ ପରିଦର୍ଶନରେ ୭ ଜଣିଆ ବିଧାନସଭା ଷ୍ଟାଣ୍ଡିଂ କମିଟି, ରୋଗୀ ସମ୍ପର୍କିୟ ଆଣିଲେ ଗୁରୁତର ଅଭିଯୋଗ…

1 min read

ଏସ ସି ବି ମେଡ଼ିକାଲ ର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ମେଡ଼ିକାଲ କ୍ୟାମ୍ପସ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୭ଜଣିଆ ଟିମ୍ । ତେବେ ମେଡ଼ିସିନ୍ ବିଭାଗ ପରିଦର୍ଶନ ସମୟରେ ଦେଖିବାକୁ ମିଳିଥିଲା ରୋଗୀଙ୍କ ସମ୍ପର୍କିୟ ଙ୍କ ତୀବ୍ର ଅସନ୍ତୋଷ । ରୋଗୀ ଙ୍କ ସମ୍ପର୍କୀୟ ବିଧାୟକଙ୍କ ନାଁ ଡ଼ାକି ତାଙ୍କ ଗୁହାରୀ ଶୁଣିବାକୁ କହିଥିଲେ । ଏହାପରେ ଗୁହାରୀ ଶୁଣିଥିଲେ କଟକ-ବାରବାଟି ବିଧାୟିକା । ଶେଷରେ କଟକ ଶିଶୁ ଭବନକୁ ସପ୍ରାଇଜ ଭିଜିଟ୍ କରିଛନ୍ତି ବିଧାୟିକା ସୋଫିଆ ।

ଏସ ସି ବି ମେଡ଼ିକାଲରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ପରିଦର୍ଶନ ବେଳେ ଖୁବ୍ ଜୋର ରେ ଏମିତି କିଛି କହିଯାଇଛନ୍ତି ରୋଗୀଙ୍କ ସମ୍ପର୍କୀୟ ରୁନି । ଏବଂ ସମସ୍ୟାର ସମାଧାନ ଲାଗି ନେଇଛନ୍ତି ରୋଗୀ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ୱର୍ । ତେବେ ଏସ ସି ବି ମେଡ଼ିକାଲକୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଏଠାରେ କୌଣସି ପରୀକ୍ଷା କରିବାକୁ ଗଲେ ଦିନ ଦିନ ବିତି ଯାଉଚି । ହେଲେ ମିଳୁନି ରିପୋର୍ଟ୍ । ଯେଉଁଥିପାଇଁ କ୍ଷୋଭ ପ୍ରକାଶ କରୁଛନ୍ତି ଦୂରଦୁରାନ୍ତ ରୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ । ତେବେ ଏହି ସବୁ ଅଭିଯୋଗ ଶୁଣିବା ପରେ ସୋଫିଆ କହିଛନ୍ତି ନୂଆ କ୍ୟାମ୍ପସର କାମ ଏ ପର୍ଯ୍ୟନ୍ତ ସରିନି । ତେବେ ବର୍ତ୍ତମାନ ଯାହା ସମସ୍ୟା ରହିଛି ସେ ନେଇ ମୁଁ ସୁପରିଟେଣ୍ଡେଣ୍ଟ୍ ଙ୍କ ସହ ଆଲୋଚନା କରିବି । କିଭଳି ସୁବିଧା ମିଳିପାରିବ ।

Advertisement

Leave a Reply

Your email address will not be published. Required fields are marked *