Pratidin TV

Odisha's Digital News Platform

ଦୁଷ୍କର୍ମ ପୀଡିତାଙ୍କୁ ପରୀକ୍ଷା ହଲରେ ବସାଇଦେଲେନି ସ୍କୁଲ କର୍ତ୍ତୃପକ୍ଷ

1 min read

ଗଣଦୁଷ୍କର୍ମର ଶିକାର ହୋଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଦେଲେନି ପରୀକ୍ଷା ହଲ ଭିତରକୁ ଏଣ୍ଟ୍ରି | କିଛି ଏପରି କହି ପରୀକ୍ଷା ଦେବାକୁ ମନା କରିଦେଲେ କର୍ତ୍ତୃପକ୍ଷ | ଏପରି ଅମାନବୀୟକଣ୍ଡ ରାଜସ୍ଥାନର ଆଜମେରରେ ଘଟିଛି | ଜଣେ ୧୭ ବର୍ଷୀୟ ଛାତ୍ରୀ ଏପରି କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ |

ତେବେ ଛାତ୍ରୀ ଜଣକ ଅଭିଯୋଗ ଅନୁସାରେ, ସ୍କୁଲରେ ଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେଇନାହାନ୍ତି, ଏବଂ ଯଦି ପରୀକ୍ଷା ଦେବାକୁ ଆସନ୍ତି ତେବେ ପରିବେଶ ଖରାପ ହୋଇଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ | ଏହି ମାମଲା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ କି ଛାତ୍ରୀ ଜଣକ ଅନ୍ୟ ଏକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ତାଙ୍କୁ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ ସମ୍ପୃକ୍ତ ଶିକ୍ଷକ ତାଙ୍କୁ ଶିଶୁ ସହାୟକ ନଂକୁ କଲ୍ କରିବାକୁ ପରାମର୍ଶ ଦେଇଥିଲେ। ଅଜମେରର ଶିଶୁ କଲ୍ୟାଣ ଆୟୋଗ (CWC) ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisement

ଛାତ୍ରୀ ଜଣକ ଅଞ୍ଜଳି ଶର୍ମାଙ୍କୁ କହିବା ଅନୁସାରେ, ଗତ ବର୍ଷ ଅକ୍ଟୋବରରେ ସେ ତାଙ୍କ ମାମୁଁ ଏବଂ ଅନ୍ୟ ଦୁଇ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ, ପୀଡ଼ିତାଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଯାଇନଥିଲା | ଏବଂ ବୋର୍ଡ ପରୀକ୍ଷା ଏଇ ଆଡମିଟ କାର୍ଡ ଦିଆଯାଇନଥିଲା | ଗତ ବର୍ଷ ଅକ୍ଟୋବରରେ ଘଟିଥିବା ଗଣଦୁଷ୍କର୍ମ ପରେ ତାଙ୍କୁ ସ୍କୁଲ ଆସିବାକୁ କରାଯାଇଥିଲା ମନା | ଏବଂ କୁହାଯାଇଥିଲା ସ୍କୁଲ ଆସିଲା ପରିବେଶ ହେବ ଖରାପ | ଏବଂ ପରେ ତାଙ୍କୁ ସ୍କୁଲ ବୋର୍ଡ ପରୀକ୍ଷା ଦେବାକୁ ମଧ୍ୟ ବରଂ କରାଯାଇଥିଲା |

ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସେ ଦଶମ ଶ୍ରେଣୀରେ ୭୯ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ। ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ହେଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନାହିଁ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ତାଙ୍କର ଗୋଟିଏ ବର୍ଷର ସମୟ ନଷ୍ଟ ହୋଇଯାଇପାରେ।

Leave a Reply

Your email address will not be published. Required fields are marked *