Pratidin TV

Odisha's Digital News Platform

ସ୍କୁଲ କତ୍ତୃପକ୍ଷଙ୍କ ଅବହେଳା : ତୃତୀୟଥର ପାଇଁ ଦୁର୍ଘଟଣା ଗ୍ରସ୍ତ ହେଲା ସ୍କୁଲ ବସ୍

1 min read

କଟକ : ଗୁରୁବାର ସକାଳୁ କଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଟକ ସିଡିଏ ରେ ଏକ ସ୍କୁଲ ବସଟି ସ୍କୁଲ ଛୁଆଙ୍କୁ ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ବସଟି ପ୍ରାୟ ୩୦ ପିଲାଙ୍କୁ ନେଇ ି ସିଡିଏ-୮ ର ଏକ ଇଙ୍ଗଲିସ୍ ମିଡିୟମ ସ୍କୁଲକୁ ଯାଉଥିବା ସମୟରେ ଫେଜ୍‌-୨ ଥାନା ପାଖରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଏକ ଗଛ ସହ ଧକ୍କା ହୋଇରହିଯାଥିଲା ।

ତେବେ ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗଟି ସମ୍‌ୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସ୍ୱଭାଗ୍ୟବସତ ବସ୍‌ରେ ଥିବା ୩୦ ଜଣ ଛାତ୍ରଛାତ୍ରୀ ବିଶେଷ ଭାବେ ଆହତ ହୋଇନାହାନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଏବଂ ଅଗ୍ନିବାହୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ସୁରକ୍ଷିତ ବସ୍ ମଧ୍ୟରୁ ବାହାର କରିବା ସହ ପିଲାମାନଙ୍କୁ ସୁରକ୍ଷିତ ଘରକୁ ପଠାଇଛନ୍ତି ।ପୋଲିସ ସୂଚନା ଅନୁଯାୟୀ ଏହି ବସ୍‌ଟି ଆଗରୁ ମଧ୍ୟ ୨ ଥର ଦୁର୍ଘଟଣା ଘଟାଇଥିଲା ।

Advertisement

ଆଗରୁ ଥରେ ବ୍ରେକ୍ ଫେଲ୍ ହେବା ସହ ରାସ୍ତା ତଳକୁ ଖସିଯାଇଥିଲା ଏହି ବସଟି ସେ ସମୟରେ ମଧ୍ୟ ଛାତ୍ରଛାତ୍ରୀମାନେ ବସ୍‌ଟିରେ ଉପସ୍ଥିତ ଥିଲେ । ଅଭିଭାବକ ମାନେ ସୂଚନା ପାଇ ନିଜ ନିଜ ପିଲାଙ୍କୁ ଯାଇ ସେଠାରୁ ପୋଲିସ ସାହାର୍ଯ୍ୟରେ ଉର୍ଦ୍ଧାର କରିଥିଲେ । ଏହାପରେ ସ୍କୁଲ କତ୍ତୃପକ୍ଷଙ୍କ ଆଗରେ ଅଭିଯୋଗ କରିଥିଲେ ମଧ୍ୟ କତ୍ତୃପକ୍ଷଙ୍କ ଖାମଖିଆଲି ମନଭାବ ଯୋଗୁ ବସ୍‌ଟି ତୃତୀୟ ଥର ପାଇଁ ପୁଣି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏନେଇ ଅଭିଭାକଙ୍କ ମଧ୍ୟରେ ଅସନ୍ତୁଷ୍ଠି ଦେଖାଦେଇଥିବା ବେଳେ ସ୍କୁଲ କତ୍ତୃପକ୍ଷଙ୍କ ଦେଖାନାହିଁ । ସ୍କୁଲ କତ୍ତୃପକ୍ଷଙ୍କ ଖାମଖିଆଲିପଣ ଯୋଗୁ ଅନେକ ଛୋଟ ଛୋଟ ଛୁଆଙ୍କ ଜୀବନ ବାରମ୍ବାର ବିପଦ ମୁଖରେ ପଡୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଅନେକ ଅବିଭାବକ ।

Leave a Reply

Your email address will not be published. Required fields are marked *