Pratidin TV

Odisha's Digital News Platform

ସ୍କୁଟିକୁ ପଛରୁ ପିଟିଲା ସ୍କୁଲ ବସ୍ : ଘଟଣାସ୍ଥଳରେ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ

1 min read

ଭୁବନେଶ୍ୱର :ଗତକାଲି ଏକ ହୃଦୟଥରା ଦୁର୍ଘଟଣା ଘଟିଛି ରସୁଲଗଡ ଛକ ଠାରେ । ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କ ସ୍କୁଟିକୁ ପଛରୁ ପିଟିଛି ଏକ ସ୍କୁଲ ବସ୍ । ତେବେ ଘଟଣା ସ୍ଥଳରେ ଶିକ୍ଷୟତ୍ରୀଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି ।ଶିକ୍ଷୟତ୍ରୀ ଜଣଙ୍କ ହେଉଛନ୍ତି ଲିଙ୍ଗରାଜ ଧାନା ଅଞ୍ଚଳର ମଧୁସ୍ମିତା ମିଶ୍ର(୩୪)ା ସେ ଭିଏସଏସ ନଗରର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢାନ୍ତି ।

ପ୍ରତ୍ୟକଦିନ ସ୍ୱାମୀ ସନ୍ତୋଷ ମଧୁସ୍ମିତାଙ୍କୁ ସ୍କୁଲରେ ଛାଡି ନିଜ କାମରେ ବାହାରିଯାଆନ୍ତି ।ତେବେ ଗତକାଲି ମଧ୍ୟ ସେ ମଧୁସ୍ମିତାଙ୍କୁ ସ୍କୁଲରେ ଛାଡିବାକୁ ରସୁଲଗଡ ଛକ ଦେଇ ଆସିବା ସମୟରେ ଫଛରୁ ଏକ ସ୍କୁଲ ବସ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ମଧୁସ୍ମିତା ଗାଡିରୁ ଛିଟିକିଯାଇ ଡିଭାଇଡରରେ ପିଟି ହୋଇଯାଇଥିଲା ବେଳେ ସନ୍ତୋଷ ଗାଡି ସହ ମଧ୍ୟ କିଛି ଦୂରରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନଙ୍କ ସାହଯ୍ୟରେ ସନ୍ତୋଷଙ୍କୁ ଊଠାଯାଇଥିଲା । ଏହାପରେ ସେ ସ୍ତ୍ରୀ ମଧୁସ୍ମିତାଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେହିଠାରେ ହିଁ ଜୀବନ ଚାଲିଯାଇଥିଲା ସ୍ତ୍ରୀ ମଧୁସ୍ମିତାଙ୍କର , ସନ୍ତୋଷଙ୍କ ଅନେକ ଡାକ ପାଣିଛାଟିବା ଇତ୍ୟାଦି ପରେ ମଧ୍ୟ ଆଖି ଖୋଲିନଥିଲେ ମଧୁସ୍ମିତା ।

Advertisement

ସ୍ତ୍ରୀଙ୍କ ବଞ୍ଚିଥିବା ଆଶା ନେଇ ମଞ୍ଚେଶ୍ୱର ପୋଲିସ ସାହାର୍ଯ୍ୟରେ ସ୍ୱାମୀ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବାପରେ ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।ମାତ୍ର କିଛି ସମୟରେ ଭାଙ୍ଗିଯାଥିଲା ସନ୍ତୋଷଙ୍କ ଖୁସିର ସଂସାର । ଏହାପରେ ମଞ୍ଚେଶ୍ୱର ପୋଲିସ ବସ୍ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *