Pratidin TV

Odisha's Digital News Platform

ଟ୍ରକ୍‌କୁ ଓଭରଟେକ୍ କରୁଥିଲା ସ୍କୁଲ ବସ୍ , ଭାରସାମ୍ୟ ହରାଇ ୧୫ ଛାତ୍ରଛାତ୍ରୀ ଗୁରୁତର

1 min read

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଛି ଫଳରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ଘଟଣାଟି ଉତ୍ତରପ୍ରଦେଶର ମହୋବ ଜିଲ୍ଲା ଅନ୍ତର୍ଗତ କୋତବାଲୀ କ୍ଷେତ୍ର ନିକଟରେ ଘଟିଛି ।

ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ ଟା ସମୟରେ ସାଇ ଇଣ୍ଟର ନ୍ୟାସନାଲ ବସ୍ ସ୍କୁଲ ଛୁଆଙ୍କୁ ନେଇ ଯାଉଥିଲା । ଏହି ସମୟରେ କୋତବାଲୀ କ୍ଷେତ୍ର ନିକଟରେ ବସ୍ ଟି ଏକ ଟ୍ରକ୍‌କୁ ଓଭରଟେକ୍ କରି ଆଗକୁ ଯିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପୋଲିସ ଓ ଆମ୍ବୁଲାନ୍ସ କୁ ତୁରନ୍ତି ଫୋନ କରି , ଉଦ୍ଧାର କାର୍ଯ୍ୟାରେ ଲାଗିପଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ ପୋଲିସ ମଧ୍ୟ ଅଳ୍ପ ସମୟ ମଧ୍ୟରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସବୁ ଛୁଆଙ୍କୁ ବସ୍ ବାହାରକୁ କାଢିପାରିଥିଲା ।

Advertisement

ସେହିପରି ବସ୍‌ରେ ସର୍ବମୋଟରେ ୩୦ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅନ୍ୟ ୧୫ ଜଣଙ୍କ ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇଥିଲା ପୋଲିସ । ଏନେଇ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଜିଲ୍ଲା ପ୍ରଶାସନକୁ ଗୁରୁତର ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚିକିତ୍ସାର ଦାୟିତ୍ୱ ଦେଇଛନ୍ତି । ଏହାସହ ସ୍କୁଲ ବସର ଡ୍ରାଇବର ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବବୋଲି କହିଛନ୍ତି ସିଏମ୍ ।

Leave a Reply

Your email address will not be published. Required fields are marked *